ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବିପର୍ଯ୍ୟୟ କମିଟି ବୈଠକ

ସତ୍ୟଶିଖା(ଭୁବନେଶ୍ୱର) ୨୩ ୦୬.୨୦୨୧: ଆଜି(ବୁଧବାର) ବସିବ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଭିସି ଜରିଆରେ ନବୀନ ନିବାସରୁ ବୈଠକରେ ଯୋଡି ହେବେ ମୁଖ୍ୟମନ୍ତ୍ରୀ । ବିଭାଗୀୟ ମନ୍ତ୍ରୀ, ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ରାଜ୍ୟରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କେଉଁ ଅଞ୍ଚଳରେ କେତେ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହାକୁ କିପରି ରୋକାଯାଇ ପାରିବ ସେନେଇ ବୈଠକରେ ଆଲୋଚନା ହେବ ।

Show More
Back to top button