

ସତ୍ୟଶିଖା(ହାଇଦ୍ରାବାଦ) ୨୧.୦୬.୨୦୨୧: ଭାରତୀୟ ବାୟୁସେନାରେ ୨୦୨୨ ସୁଦ୍ଧା ୩୬ଟିଯାକ ରାଫେଲ୍ ଯୁଦ୍ଧ ବିମାନ ସାମିଲ କରାଯିବ। ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ ଏହି ସୂଚନା ଦେଇଛନ୍ତି।
ଶନିବାର ହାଇଦ୍ରାବାଦ ଅନ୍ତର୍ଗତ ଦୁନ୍ଦିଗଲସ୍ଥିତ ‘ଏୟାର୍ ଫୋର୍ସ ଏକାଡେମି’ରେ ଅନୁଷ୍ଠିତ ମିଳିତ ସ୍ନାତକତ୍ତୋର ପରେଡ୍ ସମୀକ୍ଷା କରିବା ଅବସରରେ ବାୟୁସେନା ମୁଖ୍ୟ ଶ୍ରୀ ଭଦୌରିଆ ଗଣମାଧ୍ୟମକୁ କହିଛନ୍ତି ରାଫେଲ୍ ସାମିଲ ଯୋଜନା ପ୍ରତି ଦୃଷ୍ଟି ଦେଇ ଭାରତୀୟ ବାୟୁସେନା ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି। ୨୦୨୨କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏ ଦିଗରେ କାର୍ଯ୍ୟ ଚାଲିଛି। ପୂର୍ବରୁ ମୁଁ କହିଛି କୋଭିଡ୍ବିଜଡ଼ିତ ସମସ୍ୟା କାରଣରୁ ଗୋଟିଏ ଦୁଇଟି ଲଢୁଆ ବିମାନ ଆସିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ କେତୋଟି ଲଢୁଆ ବିମାନ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଛି। ତେଣୁ ରାଫେଲ୍ ସାମିଲ ଯୋଜନା ଲକ୍ଷ୍ୟରେ ଆମେ ସୁନିଶ୍ଚିତ ଭାବେ ଅଗ୍ରସର ହେଉଛୁ।
ସେ କହିଛନ୍ତି ରାଫେଲ୍ ଲଢୁଆ ବିମାନର ଆଭିଯାନିକ ପ୍ରସ୍ତୁତି ଯୋଜନା ସଂକ୍ରାନ୍ତରେ ଆମେ ସେଗୁଡ଼ିକୁ ଆଭିଯାନିକ କ୍ଷେତ୍ରରେ ଚଳାଇବାକୁ ସମ୍ପୂର୍ଣ୍ଣ ସମର୍ଥ। ସମୟାନୁଯାୟୀ ଆମେ ସବୁଗୁଡ଼ିକୁ ଆଭିଯାନିକ କ୍ଷେତ୍ରରେ ପ୍ରୟୋଗ କରିବୁ।