

ସତ୍ୟଶିଖା(ନୂଆଦିଲ୍ଲୀ) ୨୧.୦୬.୨୦୨୧: ଦେଶରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଦେଶରେ ଗତ 24 ଘଣ୍ଟାରେ 53 ହଜାର 256 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 1422 ଜଣଙ୍କ ମହାମାରୀରେ ମୃତ୍ୟୁ ହୋଇଥିବା ବେଳେ 78 ହଜାର 190 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 99 ଲକ୍ଷ 35 ହଜାର 221କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ଛୁଇଁଛି 3 ଲକ୍ଷ 88 ହଜାର 135 । 2 କୋଟି 88 ଲକ୍ଷ 44 ହଜାର 199 ଜଣ ସୁସ୍ଥ ହୋଇଥିବା ବେଳେ 7ଲକ୍ଷ 2 ହଜାର 887ଟି ରହିଛି ସକ୍ରିୟ ମାମଲା । ତେବେ, ଏପର୍ଯ୍ୟନ୍ତ 28,00,36,898 ଟୀକାକରଣ କରାଯାଇଛି ।