ରାଜ୍ୟ

ସେପ୍ଟେମ୍ବର ୩୦ ଯାଏ ବଢ଼ିଲା ପରମିଟ୍ ଓ ଡିଏଲ୍ ବୈଧତା

ସତ୍ୟଶିଖା(ଭୁବନେଶ୍ୱର) ୧୮.୦୬.୨୦୨୧: ରାଜ୍ୟ ସରକାର କରୋନା ପାଇଁ ପୁଣିଥରେ ଗାଡ଼ି ଗାଡ଼ି ଫିଟନେସ୍, ପରମିଟ୍ ଓ ଡିଏଲ୍ ବୈଧତା ଅବଧିକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ୨୦୨୦ ଫେବୃୟାରୀ ୧ରୁ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୈଧତା ଶେଷ ହୋଇଥିବା ସମସ୍ତ ପ୍ରକାର ଗାଡ଼ି ପାଇଁ ଏହା ପ୍ରଯୁଜ୍ୟ ହେବ। ଗାଡ଼ିଗୁଡ଼ିକର ଫିଟନେସ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ସମେତ ମାଲ ପରିବହନ କରୁଥିବା ଗାଡ଼ି, ଘରୋଇ ସେବା ଯୋଗାଉଥିବା ଗାଡ଼ି ଓ ଶିକ୍ଷାନୁଷ୍ଠାନର ବସ୍‌ର ପରମିଟ୍ ବୈଧତାକୁ ବୃଦ୍ଧି କରାଯାଇଛି। ସେହିପରି ଗାଡ଼ିର ବୀମା, ପଲ୍ୟୁସନ୍ ଓ ସାମୟିକ ପରମିଟ୍ ପାଇଁ ଏହି ବୈଧତା କୋହଳ ଲାଗୁ ହେବ ନାହିଁ।

ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ଅବଧିର ବୈଧତା ୨୦୨୦ ମାର୍ଚ୍ଚ ୧୮ରୁ ଶେଷ ହୋଇଛି କିମ୍ବା ୨୦୨୧ ସେପ୍ଟେମ୍ବର ୩୦ତାରିଖ ମଧ୍ୟରେ ଶେଷ ହୋଇଯିବ ସେହି ଦସ୍ତାବିଜଗୁଡ଼ିକ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୈଧ ରହିବ। ଯେହେତୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ୨୦୨୦ ମାର୍ଚ୍ଚ ୧୮ତାରିଖରୁ ରଦ୍ଦ ହୋଇଛି।

Show More
Back to top button