ଦେଶସ୍ୱାସ୍ଥ୍ୟ

ଦେଶରେ ଦିନକରେ 67 ହଜାର 208 ନୂଆ ସଂକ୍ରମିତ ଚିହ୍ନଟ

ସତ୍ୟଶିଖା(ନୂଆଦିଲ୍ଲୀ ) ୧୭.୦୬.୨୦୨୧: ଦେଶରେ ସଂକ୍ରମଣ ଥମିବାରେ ନାଁ ନେଉନି । ଦୈନିକ ସଂକ୍ରମଣ 60 ହଜାର ଉପରେ ରହୁଛି । ଗତ 24 ଘଣ୍ଟାରେ 67 ହଜାର 208 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 2 ହଜାର 330 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାସହ 1 ଲକ୍ଷ 3 ହଜାର 570 ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ଦେଶରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା 2କୋଟି 97 ଲକ୍ଷ 313କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ଛୁଇଁଛି 3 ଲକ୍ଷ 81 ହଜାର 903 । ସେହିପରି, 2 କୋଟି 84ଲକ୍ଷ 91 ହଜାର 670 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ 26 କୋଟି 55 ଲକ୍ଷ 19 ହଜାର 251 ଜଣଙ୍କୁ ଟୀକାକରଣ କରାଯାଇଛି । 8 ଲକ୍ଷ 26 ହଜାର 740 ସକ୍ରିୟ ମାମଲା ରହିଛି ।

Show More
Back to top button