ରାଜ୍ୟ

ଆଜିଠୁ ଖୋଲିଲା ଭୁବନେଶ୍ୱର କୋର୍ଟ

ସତ୍ୟଶିଖା(ଭୁବନେଶ୍ୱର) ୦୭.୦୬.୨୦୨୧:  ଆଜିଠୁ ଖୋଲିଲା ଭୁବନେଶ୍ବର କୋର୍ଟ । ରାଜ୍ୟରେ ତୃତୀୟ ପର୍ଯାୟ ଲକଡାଉନ ଚାଲିଥିବା ବେଳେ ଆଜିଠୁ ଖୋଲିଛି ଭୁବନେଶ୍ବର କୋର୍ଟ ବା ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କାର୍ଯାଳୟ। କୋଭିଡ଼ ନିୟମ ପାଳନ କରି ସମସ୍ତ ଜୁଡିସିଆଲ ଓ କ୍ବାସି ଜୁଡିସିଆଲ କୋର୍ଟ ଖୋଲା ରହିବ। ଏଥିପାଇଁ ସ୍ବତନ୍ତ୍ର କଟକଣା ଜାରି କରାଯାଇଛି। କୋର୍ଟରେ ବେଲ, ରିମାଣ୍ଡ, ପ୍ରଡ଼କ୍ସନ କାମ ସ୍ବାଭାବିକ ହେବ। ସେହିପରି ସିଭିଲ କୋର୍ଟରେ ସିଭିଲ ସୁଟ ମଧ୍ୟ ହୋଇପାରିବ। ତେବେ ଭୁବନେଶ୍ଵର ବାରର ଆକମୋଡେସନ କ୍ରମେ ଏଭଳି ବ୍ୟବସ୍ଥା ହୋଇଛି। କୌଣସି ମାମଲାରେ ଉଭୟ ପକ୍ଷ ଉପସ୍ଥିତ ରହିଲେ କୋର୍ଟ ସେହି ମ୍ୟାଟର ଉପରେ ଆଡଭର୍ସ ଅର୍ଡ଼ର କରିପାରିବେ। ଏଥିପାଇଁ ଆସନ୍ତା ୧୭ ତାରିଖ ଯାଏ କୋର୍ଟ ଆକମୋଡେସନ ବ୍ୟବସ୍ଥା କରାଯାଇଛି । ପରେ ପରଵର୍ତ୍ତୀ ନିଷ୍ପତି ନିଆଯିବ।

Show More
Back to top button