ସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ୧୧ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ

ସତ୍ୟଶିଖା(ଭୁବନେଶ୍ୱର) ୦୨.୦୬.୨୦୨୧: ମହାମାରୀ କରୋନାରୁ ୧୧୦୯୫ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୬୯୨୦୨୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ଆଗରେ ରହିଛି ଖୋର୍ଦ୍ଧା। ଏହି ଜିଲ୍ଲାରୁ ସର୍ବାଧିକ ୧୮୫୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୧୫, ସୁନ୍ଦରଗଡ଼ରୁ ୮୪୦, ଅନୁଗୋଳରୁ ୭୨୯, କଳାହାଣ୍ଡିରୁ ୬୫୯, ମୟୂରଭଞ୍ଜରୁ ୬୪୨, ବରଗଡ଼ରୁ ୪୫୦, ପୁରୀରୁ ୪୨୭ ସମ୍ବଲପୁରରୁ ୩୭୪ ଓ ବାଲେଶ୍ୱରରୁ ୩୨୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି କେନ୍ଦ୍ରାପଡ଼ାରୁ ୩୨୧, ନବରଙ୍ଗପୁରରୁ ୩୧୫, ଝାରସୁଗୁଡ଼ାରୁ ୩୦୧, କୋରାପୁଟରୁ ୨୭୬, ବୌଦ୍ଧରୁ ୨୪୧, ଜଗତସିଂହପୁରରୁ ୧୯୦, ଗଞ୍ଜାମରୁ ୧୮୦, ବଲାଙ୍ଗିରରୁ ୧୬୧, ରାୟଗଡ଼ାରୁ ୧୫୯, ଭଦ୍ରକରୁ ୧୫୧, ଢେଙ୍କାନାଳରୁ ୧୩୮, ଯାଜପୁରରୁ ୧୩୦, ନୟାଗଡ଼ରୁ ୧୨୫, ସୋନପୁରରୁ ୧୨୪, କେନ୍ଦୁଝରରୁ ୧୧୫, କନ୍ଧମାଳରୁ ୧୦୦, ଦେବଗଡ଼ରୁ ୯୭, ମାଲକାନଗିରିରୁ ୮୪, ନୂଆପଡ଼ାରୁ ୬୭, ଗଜପତିରୁ ୬୫ ଏବଂ ଷ୍ଟେଟ୍ ପୁଲରୁ ୩୩୨ ଜଣ ସୁସ୍ଥ ହୋଇଛନ୍ତି।
Show More
Back to top button