ଦେଶବିଦେଶ

ଭାରତ ଆସିବନି ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି

ସତ୍ୟଶିଖା(ଡୋମିନିକି) ୨୮.୦୫.୨୦୨୧:  ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଠକେଇ ମାମଲାର ମାଷ୍ଟର ମାଇଣ୍ଡ ମେହୁଲ ଚୋକସି ଭାରତ ଆସିବା ପ୍ରସଙ୍ଗ ମଉଳିଲା। ଡୋମିନିକିରୁ କୋର୍ଟ ପ୍ରତ୍ୟର୍ପଣ ପାଇଁ ଭାରତକୁ ହସ୍ତାନ୍ତର କରିବା ପାଇଁ ଅନୁମତି ନଦେବା ପରେ ଭାରତର ଆଶା ମଉଳିଛି। କୋର୍ଟରେ ମେହୁଲ ଚୋକସିର ଓକିଲ କହିଛନ୍ତି ମେହୁଲ ଆଇନ ପ୍ରକ୍ରିୟା ଦ୍ୱାରା ବଞ୍ଚିତ। ଆରମ୍ଭରୁ ମେହୁଲଙ୍କ ସହ ଓକିଲଙ୍କର ଦେଖାସାକ୍ଷାତ ହୋଇପାରୁନି। ଏହାପରେ କୋର୍ଟ ପ୍ରତ୍ୟର୍ପଣକୁ ସ୍ଥଗିତ ରଖିଛନ୍ତି। ଆଜି ପୁଣିଥରେ କୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରିବେ ବୋଲି ସୂଚନା ରହିଛି। ତେଣୁ ମେହୁଲ ଏବେ ଭାରତ ନଆସି ଆଣ୍ଟିଗୁଆ ଫେରିଯିବ। ଏବେ ସେ ଡୋମିନିକି ପୁଲିସର ହେପାଜତରେ ରହିଛି।

ଡୋମିନିକାରେ ମେହୁଲ ଚୋକସିର ଓକିଲ ୱେନ ମାର୍ଶ କହିଛନ୍ତି ଯେ ମେହୁଲଙ୍କୁ ନ୍ୟାୟିକ ପ୍ରକ୍ରିୟାରୁ ବଞ୍ଚିତ କରିବା ଆଇନକୁ ଉପହାସ ସହିତ ସମାନ। ଏଥିସହିତ ଭାରତରେ ଚୋକସିର ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଯେ ମେହୁଲ ଚୋକସିଙ୍କୁ ଜଲି ହାରବୋରରୁ କିଛି ଲୋକ ଉଠାଇ ନେଇଥିଲେ। ଏହାପରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କ କାର ମିଳିଥିଲା ​​ଏବଂ ପରେ ଡୋମିନିକାକୁ ନିଆଯାଇଥିଲା।

Show More
Back to top button