ଦେଶ

କଳାବାଜାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲକଡାଉନ ବେଳେ ଯେମିତି କୌଣସି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ କରିବେ ନାହିଁ କିମ୍ବା ଏହାକୁ ଉଚ୍ଚା ଦରରେ ବିକ୍ରି କରିବେ ନାହିଁ, ତା’ ଉପରେ ଗୁରୁତ୍ୱ ଦେବାକୁ ଆଜି ପୁଣିଥରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖିଛି। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଚିଠିରେ କୁହାଯାଇଛି ଯେ ଲୋକମାନେ ଯେମିତି ନିୟମିତ ଓ ବିନା ଅସୁବିଧାରେ ଜରୁରୀ ସାମଗ୍ରୀ ପାଇପାରିବେ, ସେକଥାକୁ ରାଜ୍ୟ ସରକାର ନିଶ୍ଚିତ କରିବା ଦରକାର।

ଆହୁରି ପଢ଼ନ୍ତୁ

ଏଥିସହ ଲକଡାଉନର ସୁଯୋଗ ନେଇ ସାମଗ୍ରୀ ଠୁଳ କରୁଥିବା ଓ ଅଧିକ ଦାମରେ ଜିନିଷ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଲକଡାଉନ ଯୋଗୁ ଉତ୍ପାଦନ ପରିମାଣ ହ୍ରାସ ପାଇଛି।

ଏହାର ସୁଯୋଗ କିଛି କଳାବାଜରୀ ଉଠାଇବାକୁ ଚେଷ୍ଟା କରୁଥିବା ଖବର ମିଳୁଛି। ତେଣୁ ସେମାନଙ୍କୁ ତୁରନ୍ତ ଚିହ୍ନଟ କରିବା ଓ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରମାନେ ପ୍ରକ୍ରିୟା ଆରମ୍ଭ କରନ୍ତୁ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯେମିତି ଠିକ୍‌ ଭାବେ ପରିବହନ ହୋଇପାରିବ, ସେକଥା ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ।

[ad_2]
Show More
Back to top button