ଦେଶସ୍ୱାସ୍ଥ୍ୟ

କରୋନା ଭାକସିନ୍ ପାଇଁ ଦରକାର ନାହିଁ ସ୍ଲଟ୍ ବୁକିଂ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୫.୦୫.୨୦୨୧: ବଦଳିଲା ଟିକାକରଣ ନିୟମ । ଦେଶର କୋଭିଡ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣ ନିୟମରେ ସଂଶୋଧନ ଆଣିଛନ୍ତି । ଏହାଦ୍ୱାରା ୧୮-୪୪ ବୟସ ବର୍ଗର ଲୋକମାନେ ଉପକୃତ ହେବେ । ଏବେ ଏହି ବୟସ ବର୍ଗର ଲୋକେ ଟିକା ପାଇଁ ଅନ୍‌ଲାଇନ ପଂଜୀକରଣ କିମ୍ବା ସ୍ଲଟ ବୁକ କରିବା ଆବଶ୍ୟକ ନାହିଁ । ନୂଆ ନିୟମ ମୁତାବକ ଏମାନେ ସରକାରୀ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ପଂଜୀକରଣ କରାଇ ଟିକା ଲାଗି ବୁକିଙ୍ଗ କରିପାରିବେ । କେବଳ ସରକାରୀ କେନ୍ଦ୍ରରେ ଏହି ସୁବିଧା ମିଳିବ । କେନ୍ଦ୍ର ସରକାର ଏହି ବିଜ୍ଞପ୍ତି ସବୁ ରାଜ୍ୟ ପାଇଁ ଜାରି କରିଛନ୍ତି ।

୧୮-୪୪ ବୟସର ଲୋକଙ୍କ ପାଇଁ ସିଧାସଳଖ ପଂଜୀକରଣ ସୁବିଧା ଉପଲବ୍ଧ ଲାଗି କୁହାଯାଇଛି । କିନ୍ତୁ ଏହି ନିୟମ କାର୍ଯ୍ୟକାରୀ କରାଯିବ କି ନାହିଁ, ତାହା ରାଜ୍ୟଗୁଡ଼ିକ ଉପରେ ନିର୍ଭର କରେ । ଅନେକ ରାଜ୍ୟରେ ଲୋକମାନେ ସ୍ଲଟ ବୁକ କରିବା ପରେ ମଧ୍ୟ ଟିକା ନେବାକୁ ଯାଉନାହାନ୍ତି । ଏହାଦ୍ୱାରା ଟିକା ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ତେଣୁ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାର ନିୟମ ସଂଶୋଧନ କରିଛନ୍ତି । ଏହାଛଡ଼ା ଅନଲାଇନ ସ୍ଲଟ ବୁକିଙ୍ଗ ଯୋଗୁ ଗ୍ରାମାଞ୍ଚଳରେ ଲୋକମାନେ ହଇରାଣ ହେଉଛନ୍ତି ।

Show More
Back to top button