ୟାସ ମୁକାବିଲା ପାଇଁ ୮୦୦ ଓଡ୍ରାଫ କର୍ମଚାରୀ ସାମିଲ


ସତ୍ୟଶିଖା(ଭୁବନେଶ୍ୱର) ୨୪୦୫.୨୦୨୧: ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହେଲା ୟାସ। ବାତ୍ୟା ୟାସ ମୁକାବିଲା ପାଇଁ ୮୦୦ ଓଡ୍ରାଫ କର୍ମଚାରୀ ସାମିଲ ହେବେ । ଅତ୍ୟାଧୁନିକ ସାମଗ୍ରୀ ସହ ମୁକାବିଲାରେ କର୍ମଚାରୀ ସାମିଲ ହେବେ । ଓଡ୍ରାଫ ମୁତୟନ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ବାତ୍ୟା ମୁକାବିଲା ନେଇ ବରିଷ୍ଠ ସଚିବଙ୍କୁ ଜିଲା ଦାୟିତ୍ୱ ମିଳିଛି। ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଦାୟିତ୍ୱ ମିଳିବା ସହ କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ପାଇଁ ଭିତ୍ତି ଯାଦବ , ବାଲେଶ୍ୱର ପାଇଁ ବିଶାଲ୍ ଦେବ, ମୟୁରଭଞ୍ଜ ପାଇଁ ସୁରେଶ ବଶିଷ୍ଠଙ୍କୁ ଦାୟିତ୍ୱ ମିଳିଛି।
ଏହାସହ ବାତ୍ୟା ୟାସ ପାଇଁ ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପାରାଦ୍ୱୀପ ଓ ଧାମରା ପାଇଁ ୪ ନଂ, ପୁରୀ ଓ ଗୋପାଳପୁର ପାଇଁ ୩ନଂ ବିଦପ ସଙ୍କେତ ଜାରି ହୋଇଛି।
ସେହିପରି ୨ ରୁ ୪ ମିଟର ଜୁଆର ଉଠିବା ସହ ୨୫ ତାରିଖ ମଧ୍ୟରାତ୍ରରେ ପବନର ବେଗ ବଢିବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲା ଦେଇ ବାତ୍ୟା ୟାସ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି। ସ୍କଳଭାଗ ସ୍ପର୍ଶ କରିବା ସମୟରେ ପବନର ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ। ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦ ରୁ ୫୦ କିମି ପବନ ବହିବ। ୨୫ ତାରିଖରୁ ପବନର ବେଗ ବଢିବ। ୨୬ ତାରିଖ ସକାଳୁ ପବନର ବେଗ ୧୨୦ରୁ ୧୩୦ କିମି ରହିବ।