ସ୍ୱାସ୍ଥ୍ୟ

ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୨.୦୫.୨୦୨୧: କରୋନାର ଦ୍ୱିତୀୟ ଲହରରେ ଚିନ୍ତା ବଢ଼ାଇଛି ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ସାରା ଦେଶରେ ଏଯାବତ୍ ଏହା ୧୨୬ ଜଣଙ୍କ ଜୀବନ ମଧ୍ୟ ନେଇ ସାରିଲାଣି। ତେଣୁ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ଏହି ରୋଗର କାରଣ ବିଷୟରେ କହିବା ସହିତ ଏହାର ନିରାକରଣ ନେଇ ପରାମର୍ଶ ଦେଇଛନ୍ତି ଦେଶର ଦୁଇ ବିଖ୍ୟାତ ଡାକ୍ତର- ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଓ ମେଦାନ୍ତ ଅଧ୍ୟକ୍ଷ ନରେଶ ତ୍ରେହାନ।

ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ୍‌ ମ୍ୟୁକରମାଇକୋସିସ୍ ବଢ଼ାଉଛି। କୋଭିଡ୍‌ ଚିକିତ୍ସା ବେଳେ ଅତ୍ୟଧିକ ଷ୍ଟିରଏଡ୍‌ର ପ୍ରୟୋଗ ବ୍ଲଡ ସୁଗାର ସ୍ତର ବଢ଼ାଉଛି। ଆଉ ବ୍ଲଡ୍‌ ସୁଗାର ସ୍ତର ଅତ୍ୟଧିକ ରହିଲେ ମ୍ୟୁକରମାଇକୋସିସ୍ ହେବାର ସମ୍ଭାବନା ବେଶି ରହିଛି।

ନିରାକରଣ ପାଇଁ ୩ ସୂତ୍ରୀ ମନ୍ତ୍ର

  • ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରଖିବା ସବୁଠାରୁ ଜରୁରୀ
  • ଷ୍ଟିରଏଡ ନେଉଥିଲେ ନିୟମିତ ବ୍ଲଡ୍‌ ସୁଗାର ପରୀକ୍ଷା କରିବା ଜରୁରୀ
  • କେବେ ଷ୍ଟିରଏଡ ଦିଆଯିବ ଓ କେତେ ପରିମାଣର ନେବେ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ
  • ବ୍ଲାକ ଫଙ୍ଗସର ପ୍ରାଥମିକ ଲକ୍ଷଣ

    • ନାକ ପୋଡ଼ିବା ବା ନାକ ଜାମ୍ ହେବା
    • ପାଟି ଭିତରେ ଫଙ୍ଗସ ଦେଖାଯିବା ଓ ଆଖିପତା ଫୁଲିବା
    • ଏମିତି ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ
Show More
Back to top button