ରାଜ୍ୟ
ଘୂର୍ଣ୍ଣିବଳୟ ସୃଷ୍ଟି, ଆଜି ନେବ ଲଘୁଚାପ ରୂପ ; ୨୪ରେ ବାତ୍ୟାର ରୂପ


ସତ୍ୟଶିଖା(ଭୁବନେଶ୍ୱର) ୨୨.୦୫.୨୦୨୧: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଅଧିକ ଘନୀଭୂତ ହେବ ଲଘୁଚାପ । ଆସନ୍ତାକାଲି ଏହା ଅବପାତର ରୂପ ନେବ । ସୋମବାର ୨୪ ତାରିଖରେ ଏହା ବାତ୍ୟାର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ, ବାତ୍ୟା ଓଡିଶାରୁ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେପଟେ ୱିଣ୍ଡି-ଡଟ୍-କମ୍ ନିଜର ପୂର୍ବାନୁମାନକୁ ବଦଳାଇଛି । ଏହି ସଂସ୍ଥା କହିଛି, ବାତ୍ୟା ଓଡିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ୍ । ଏହା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ସୁନ୍ଦରବନ ଅଂଚଳରେ ମାଡ କରିପାରେ । ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି, ୨୩ ତାରିଖରେ ଅବପାତ ସୃଷ୍ଟି ହେବା ପରେ ବାତ୍ୟାର ସ୍ପଷ୍ଟ ଚିତ୍ର କଣ ହେବ ଆକଳନ କରାଯାଇପାରିବ ।