

ସତ୍ୟଶିଖା( ବେଜିଂ ) ୧୫ .୦୫.୨୦୨୧: ଚୀନର ମଙ୍ଗଳ ଅଭିଯାନ ସଫଳ ହୋଇଛି। ଚୀନ ଦ୍ବାରା ମଙ୍ଗଳ ଗ୍ରହକୁ ପଠାଯାଇଥିବା ରୋଭର ‘ଜୁରୋଙ୍ଗ’ ଶନିବାର ଲୋହିତ ଗ୍ରହର ଭୂଭାଗରେ ଅବତରଣ କରିଛି। ୭ ମାସର ମହାକାଶ ଯାତ୍ରା, ତିନି ମାସ ଧରି କକ୍ଷପଥରେ ପରିକ୍ରମଣ ଏବଂ ଅନ୍ତିମ ୭ ମିନିଟର କଠିନ ସମୟକୁ ଅତିକ୍ରମ କରି ଶେଷରେ ଜୁରୋଙ୍ଗ ଶନିବାର ସକାଳେ ମଙ୍ଗଳ ପୃଷ୍ଠରେ ଓହ୍ଲାଇଛି। ଏହା ଚୀନର ପ୍ରଥମ ରୋଭର। ଚୀନ ଏହି ଅଭିଯାନ ଜରିଆରେ ମଙ୍ଗଳ ଗ୍ରହ ବିଷୟରେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିବାର ସମ୍ଭାବନା ରହିଙଛି।
ଚୀନର ଜାତୀୟ ମହାକାଶ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୨୦୨୦ ଜୁଲାଇ ୨୩ରେ ଚୀନର ମଙ୍ଗଳଯାନ ତୀୟାନଭେନ-୧କୁ ଉତ୍କ୍ଷେପଣ କରାଯାଇଥିଲା। ଯେଉଁଥିରେ ଗୋଟିଏ ଅର୍ବିଟର, ଏକ ଲ୍ୟାଣ୍ଡର ଏବଂ ଏକ ରୋଭର ଜୁରୋଙ୍ଗ ସାମିଲ ଥିଲା। ତୀୟାନଭେନ-୧ ପାଖାପାଖି ଫେବୃୟାରୀ ୧୦ରେ ମଙ୍ଗଳ କକ୍ଷପଥରେ ପ୍ରବେଶ କରିଥିଲା।






