ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର

ସତ୍ୟଶିଖା(ଭୁବନେଶ୍ୱର) ୧୫ .୦୫.୨୦୨୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏହି ରିପୋର୍ଟ ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଲକ୍ଷେରୁ ଅଧିକ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି।

୧୧,୮୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୧ ଜଣ କ୍ୱାରଣ୍ଟୋଇନରେ ଥିଲେ। ବାକି ୫୧୯୪ଟି ହେଉଛି ଲୋକାଲ କେସ‌୍‍। କେବଳ ତିନୋଟି ଜିଲ୍ଲାରୁ ୧୦୦୦ରୁ ଅଧିକ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୦୯ ଓ କଟକରୁ ୧୧୯୭ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୬୬୮ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୦୩, ବରଗଡ଼ରୁ ୪୨୧, ଭଦ୍ରକରୁ ୩୦୦, ବଲାଙ୍ଗିରରୁ ୩୫୮, ବୌଦ୍ଧରୁ ୨୪୬, ଦେବଗଡ଼ରୁ ୧୦୯, ଢେଙ୍କାନାଳରୁ ୨୮୦, ଗଜପତିରୁ ୧୧୫, ଗଞ୍ଜାମରୁ ୩୩୧, ଜଗତସିଂହପୁରରୁ ୨୭୪, ଯାଜପୁରରୁ ୩୯୨, ଝାରସୁଗୁଡ଼ାରୁ ୩୨୭, କଳାହାଣ୍ଡିରୁ ୩୭୭, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୧୪୭, କେନ୍ଦୁଝରରୁ ୧୮୮,  କୋରାପୁଟରୁ ୧୯୬, ମାଲକାନଗିରିରୁ ୯୪, ମୟୂରଭଞ୍ଜରୁ ୩୭୪, ନବରଙ୍ଗପୁରରୁ ୨୩୯, ନୟାଗଡ଼ରୁ ୨୮୦, ନୂଆପଡ଼ାରୁ ୩୦୭, ପୁରୀରୁ ୩୮୮, ରାୟଗଡ଼ାରୁ ୧୩୭, ସମ୍ୱଲପୁରରୁ ୫୫୩ ଓ ସୋନପୁରରୁ ୨୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୨୮୪ ଜଣ ଚିହ୍ନଟ ହୋଇଛନ୍ତି।

୧୧,୮୦୫ଟି ନୂଆ କେସ‌୍‍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ରାଜ୍ୟରେ ଏବେ ୧ ଲକ୍ଷ ୬ ହଜାର ୪୭୧ଟି ଆକ୍ଟିଭ‌୍‍ କେସ‌୍‍ ରହିଛି। ଅଥାର୍ତ‌୍‍ ସେମାନେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଆଉ ୨୧ ଜଣ ପ୍ରାଣ ହରାଇବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି।

Show More
Back to top button