ସତ୍ୟଶିଖା(ମୁମ୍ବାଇ) ୦୮.୦୫.୨୦୨୧: ଶନିବାର ସକାଳେ ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ରେ ଛୋଟଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନି ନିର୍ବାପନ କରାଯାଇଛି ଏବଂ ସେଥିରେ ଥିବା ସମସ୍ତ କର୍ମଚାରୀ ନିରାପଦ ଅଛନ୍ତି ବୋଲି ଏକ ବିବୃତିରେ ନୌସେନାର ଜଣେ ମୁଖପାତ୍ର କହିଛନ୍ତି।
ବିବୃତିରେ ଉଲ୍ଲେଖ ଅଛି, ନାବିକମାନଙ୍କ ରହିବା ପାଇଁ ଥିବା ଅଂଶରୁ ଧୂଆଁ ଉଠୁଥିବା ‘ଡିୟୁଟି ଷ୍ଟାଫ୍’ମାନେ ଦେଖିଥିଲେ। ତେଣୁ, ନିଆଁ ଲିଭାଇବା ପାଇଁ ଜାହାଜରେ ଥିବା ‘ଡିୟୁଟି’ କର୍ମଚାରୀମାନେ ଅବିଳମ୍ବେ ଉଦ୍ୟମ ଆରମ୍ଭ କରିଥିଲେ। ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରାଯାଇଛି ଏବଂ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ। ଅଗ୍ନିକାଣ୍ଡର କାରଣ ନିର୍ଦ୍ଧାରଣ ନିମନ୍ତେ ତଦନ୍ତାଦେଶ ଦିଆଯାଇଛି।
ସମ୍ପ୍ରତି ଲଢୁଆ ବିମାନବାହୀ ଏହି ଯୁଦ୍ଧପୋତଟି କର୍ଣ୍ଣାଟକର କର୍ୱାର୍ ବନ୍ଦରରେ ଅବସ୍ଥାନ କରୁଛି।
ମୁମ୍ବାଇ: ଶନିବାର ସକାଳେ ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ରେ ଛୋଟଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନି ନିର୍ବାପନ କରାଯାଇଛି ଏବଂ ସେଥିରେ ଥିବା ସମସ୍ତ କର୍ମଚାରୀ ନିରାପଦ ଅଛନ୍ତି ବୋଲି ଏକ ବିବୃତିରେ ନୌସେନାର ଜଣେ ମୁଖପାତ୍ର କହିଛନ୍ତି।