ଦେଶସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ଦେଶରେ ୪,୦୧,୦୭୮ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନରୁ ଚଳିତ ସପ୍ତାହରେ ୪ଥର ଦୈନିକ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁସଂଖ୍ୟା ୪,୧୮୭କୁ ବୃଦ୍ଧିପାଇଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୦୧,୦୭୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪,୧୮୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୧୮,୯୨,୬୭୬ ଓ ମୃତ୍ୟୁସଂଖ୍ୟା ୨,୩୮,୨୭୦ରେ ପହଞ୍ଚିଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୧୮,୬୦୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୭୯,୩୦,୯୬୦ରେ ପହଞ୍ଚିଛି।

ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୨୩,୪୪୬।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୬,୭୩,୪୬,୫୪୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୭ ତାରିଖ ସୁଦ୍ଧା ସମୁଦାୟ ୩୦,୦୪,୧୦,୦୪୩ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୮,୦୮,୩୪୪ଟି ନମୁନା।

 

Show More
Back to top button