ଦେଶ

ପୂର୍ବତନ ମନ୍ତ୍ରୀ ଏ.କେ. ୱାଲିଆଙ୍କ କରୋନାରେ ଦେହାନ୍ତ

ସତ୍ୟଶିଖା(ନୂଆଦିଲ୍ଲୀ) ୨୨.୦୪.୨୦୨୧:  ଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଏ.କେ ୱାଲିଆ ବା ଅଶୋକ କୁମାର ୱାଲିଆଙ୍କର ଦେହାନ୍ତ ହୋଇଯାଇଛି। ସେ କରୋନା ଭୂତାଣୁରେ ଆକ୍ରାନ୍ତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଶିଲା ଦିକ୍ଷିତଙ୍କ ସରକାର ସମୟରେ ଅଶୋକ ୧୫ ବର୍ଷ ଧରି ମନ୍ତ୍ରୀ ରହିଥିଲେ। ଡା. ୱାଲିଆ ୧୯୪୮ ଡିସେମ୍ବର ୮ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୨ରେ ଇନ୍ଦୋରରେ ଏମଜିଏମ ମେଡିକାଲ କଲେଜରୁ ଏମବିବିଏସ ଡିଗ୍ରୀ ହାସଲ କରିବା ପ​ରେ ଡାକ୍ତର ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ସେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ଅନେକ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।

Show More
Back to top button