

ସତ୍ୟଶିଖା(ଭୁବନେଶ୍ୱର) ୧୯.୦୪.୨୦୨୧: କରୋନା ଟିକା ନଥିବାରୁ ରାଜ୍ୟରେ ସୃଷ୍ଟି ହୋଇଥିଲା ସମସ୍ୟା। ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା। ହେଲେ ରବିବାର ୨ ଲକ୍ଷ କୋଭିସିଲ୍ଡ ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ରାଜ୍ୟ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ପ୍ରସ୍ତୁତ ଥିଲେ ହେଁ ଟିକା ଯୋଗାଣ ନେଇ ସମସ୍ୟା ଦେଖା ଦେଇଥିଲା। ଫଳରେ ପ୍ରାୟ ୧ ହଜାର ଟିକା କେନ୍ଦ୍ର ବନ୍ଦ ରହିଥିଲା। ରାଜ୍ୟରେ ୪୨୭ଟି କେନ୍ଦ୍ରରେ ଟିକାଦାନ ଚାଲିଥିବା ବେଳେ ୮ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ରକୁ ଚିଠି ଲେଖି ଟିକାର ଅଭାବ ସମ୍ପର୍କରେ ଅବଗତ କରାଇବା ପରେ କେନ୍ଦ୍ର ସରକାର ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପଠାଇଛନ୍ତି।






