ରାଜନୀତିରାଜ୍ୟସ୍ୱାସ୍ଥ୍ୟ

ପ୍ରଦୀପ୍ତ କୁମାର ନାଏକଙ୍କୁ କରୋନା

ସତ୍ୟଶିଖା(ଭୁବନେଶ୍ୱର) ୧୯.୦୪.୨୦୨୧: ରାଜ୍ୟରେ କରୋନା ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି । ବିଭିନ୍ନ ନେତାଠୁ ଆରମ୍ଭ କରି ମନ୍ତ୍ରୀ ଯାଏଁ କରୋନାର ଶିକାର ହେବାରେ ଲାଗିଛନ୍ତି । ନିକଟରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏ ଭିତରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଟ୍ବିଟ୍ ରେ ପ୍ରଦୀପ୍ତ କୁମାର ନାଏକ ଲେଖିଛନ୍ତି ଯେ, ‘ବାରମ୍ବାର ଟେଷ୍ଟ କରିବା ପରେ ମୋ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଯେଉଁମାନେ ୫ ଦିନ ହେଲା ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇନିଅନ୍ତୁ । ଏହାସହ ନିଜକୁ ସେଲ୍ପ ଆଇସୋଲେସନରେ ରଖିବା ସହ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ ।’

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୫୬୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୬୧୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୯୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୯୬୩୬୦୫୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More
Back to top button