ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ଖୋର୍ଦ୍ଧାରେ ୫୦୦ ପାର୍‌

ସତ୍ୟଶିଖା(ଭୁବନେଶ୍ୱର) ୧୬.୦୪.୨୦୨୧: ରାଜ୍ୟରେ ଗତ କିଛି ଦିନ ଧରି ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ମହାମାରୀ।  ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଛି। ୨ ଜିଲ୍ଲାରୁ ୫୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୯ରୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଅଧିକ ଥିବା ଜଣାଯାଇଛି। ଏଥିସହ ରାଜ୍ୟରେ କରୋନାରେ ଆଜି ୩ ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ଆଜି ସମୁଦାୟ ୩,୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ସୁନ୍ଦରଗଡ଼ରୁ ୫୨୩, କଟକରୁ ୧୬୩, ନବରଙ୍ଗପୁରରୁ ୧୫୬, ସମ୍ବଲପୁରରୁ ୧୫୩, ବାଲେଶ୍ୱରରୁ ୧୫୧, ନୂଆପଡ଼ାରୁ ୧୪୦, ବଲାଙ୍ଗିରରୁ ୧୩୩, ବରଗଡ଼ରୁ ୧୩୨, ଷ୍ଟେଟ୍ ପୁଲ୍‌ରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More
Back to top button