ଦେଶସ୍ୱାସ୍ଥ୍ୟ

ଦିନକରେ ୨ ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା

ସତ୍ୟଶିଖା(ନୂଆଦିଲ୍ଲୀ) ୧୫.୦୪.୨୦୨୧: କରୋନା ଭାଇରସ ପାଇଁ ସାରା ଦେଶର ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ଗୁରୁବାର ଆସିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୨ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର (ଏପ୍ରିଲ ୧୪) ଏହି ସଂଖ୍ୟା ୧.୮୫ ଲକ୍ଷ ରହିଥିଲା।

ବିଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ଲକ୍ଷ ୭୩୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୧୦୩୭ ଜଣ ମୃତ୍ୟୁ ବରଣ କରିଛନ୍ତି। ନୂଆ ସଂକ୍ରମିତଙ୍କ ସଂଖ୍ୟା ମିଶାଇଲେ ଦେଶରେ ଏଯାବତ ୧ କୋଟି ୪୦ ଲକ୍ଷ ୭୪ ହଜାର ୫୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ଏହି ଘାତକ ଭାଇରସରେ ୧ ଲକ୍ଷ ୭୩ ହଜାର ୧୨୩ ଜଣ ଏଯାବତ ପ୍ରାଣ ହରାଇଛନ୍ତି।

Show More
Back to top button