ଦେଶସ୍ୱାସ୍ଥ୍ୟ

ମହାରାଷ୍ଟ୍ରରେ ରେକର୍ଡ ଭାଙ୍ଗୁଛି କରୋନା, 24 ଘଣ୍ଟାରେ 60 ହଜାର ଛୁଇଁଲା ପଜିଟିଭ

ସତ୍ୟଶିଖା( ମୁମ୍ବାଇ) ୦୮ .୦୪.୨୦୨୧: ମହାମାରୀ କରୋନାର ମାୟାଜାଲ ଭିତରେ ଫସି ଫସି ଯାଉଛି ମହାରାଷ୍ଟ୍ର । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ରାତି 9ଟାସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 59 ହଜାର 907 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି, ଯାହାକି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ। ଅନ୍ୟପକ୍ଷେ ଗତ 24 ଘଣ୍ଟା ମଧ୍ୟରେ 322 ରୋଗୀଙ୍କ ମୃତ୍ୟୁ ହୋଇଛି ।

କେବଳ ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ 10,428 ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ 23 ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ 31 ଲକ୍ଷ 73 ହଜାର 261 ଜଣ କୋରୋନା ସଂକ୍ରମିତ ହୋଇସାରିଲେଣି ଏବଂ 56 ହଜାର 652 ରୋଗୀଙ୍କର ମୃତ୍ୟୁ ହୋଇଛି ।

ରବିବାର ରାଜ୍ୟରେ 57,074 ନୂତନ ସଂକ୍ରମଣ ମାମଲା ରିପୋର୍ଟ ହୋଥିଲା । ଯାହାକି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ସଂଖ୍ୟା ଥିଲା । ସେହିପରି ମଙ୍ଗଳବାର 55 ହଜାର 469 ଏବଂ ସୋମବାର 47 ହଜାର 288 ଜଣ କରୋନାରେ ହୋଇଥିଲେ ଆକ୍ରାନ୍ତ ।

Show More
Back to top button