ମନୋରଞ୍ଜନସିନେମା

ଆଲିଆଙ୍କୁ କୋର୍ଟରେ ହାଜର ପାଇଁ ସମନ

ସତ୍ୟଶିଖା,(ମୁମ୍ବାଇ) ୨୫ .୦୩ .୨୦୨୧ :  ମୁମ୍ବାଇର ଶିୱଡି କୋର୍ଟ ଫିଲ୍ମ `ଗଙ୍ଗୁବାଇ କାଠିଆବାଡି’କୁ ନେଇ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି, ଆଲିଅ ଭଟ୍ଟ ଓ ଲେଖକ ହୁସୈନ୍‌ ଜୈଦୀଙ୍କୁ ସମନ କରିଛନ୍ତି। ଆସନ୍ତା ମେ’ ୨୧ ତାରିଖରେ ସମସ୍ତେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଅନୁଯାୟୀ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଳି ଗଙ୍ଗୁବାଇ କାଠିଆବାଡିଙ୍କ ଜୀବନୀ ଉପରେ ଏକ ଫିଲ୍ମ ତିଆରି କରିଛନ୍ତି। ଯିଏକି କମାଠିପୁରାରେ ଯୌନକର୍ମୀ ଥିଲେ। ପରେ ସେ ରେଡ୍‌ ଲାଇଟ୍‌ ଏରିଆରେ କାମ କରୁଥିବା ମହିଳାଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହି ଫିଲ୍ମରେ ଆଲିଆ ଭଟ୍ଟ ଗଙ୍ଗବାଇ ଚରିତ୍ରରେ ରହିଛନ୍ତି। ନିକଟରେ ଫଲ୍ମର ଟିଜର ରିଲିଜ ହୋଇଛି। ଆସନ୍ତା ଜୁଲାଇ ୩୦ ତାରିଖରେ ଫିଲ୍ମ ରିଲିଜ ହେବ। କିନ୍ତୁ ଗଙ୍ଗୁବାଇକୁ ଫିଲ୍ମରେ ଜଣେ ଦେହଜୀବୀ ଭାବେ ଦର୍ଶାଯାଇଥିବାରୁ ତାଙ୍କ ପରିବାର ପକ୍ଷରୁ ମାନହାନୀ ଅଭିଯୋଗ ହୋଇଛି। ଗଙ୍ଗୁବାଇଙ୍କ ପୋଷ୍ୟପୁତ୍ର ଶିବାଡି କୋର୍ଟରେ ଏନେଇ ମାମଲା ରୁଜୁ କରିଛନ୍ତି।

Show More
Back to top button