

ସତ୍ୟଶିଖା,(ନୂଆଦିଲ୍ଲୀ) ୨୪ .୦୩ .୨୦୨୧ : ଚିନ୍ତା ବଢ଼ାଇଲା ୨୪ ଘଂଟାର ସଂକ୍ରମଣ । ଦେଶରେ ଆଜି ୪୭ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଂଟାରେ ୪୭ହଜାର ୨୬୨ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୨୭୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୭ଲକ୍ଷ ୩୪ହଜାର ୫୮ରେ ପହଂଚିଛି । ତେବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୮ ହଜାର ୪୫୭ରହିଛି । ୧କୋଟି ୧୨ଲକ୍ଷ ୫ହଜାର ୧୬୦ଜଣ କରୋନା ସଂକ୍ରମିତ ହେବା ପରେ ସୁସ୍ଥ ହୋଇଛନ୍ତି । ସେହିପରି ଭୂତାଣୁ ସଂକ୍ରମିତ ହୋଇ ୧ଲକ୍ଷ ୬୦ହଜାର ୪୪୧ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ ୫କୋଟି ୮ଲକ୍ଷ ୪୧ହଜାର ୨୮୬ଜଣଙ୍କୁ କରୋନା ଟିକା ଦିଆଯାଇଛି ।