ଧର୍ମ

ମୃତ୍ୟୁ ପରେ ଶବକୁ ଏକୁଟିଆ କାହିଁକି ଛଡ଼ାଯାଏ ନାହିଁ ?

ସମାଜରେ ଯେଉଭଳି ଦିନ ପରେ ରାତି ଏବଂ ରାତି ପରେ ଦିନ ହୋଇଥାଏ । ସେହିଭଳି ଜନ୍ମ ପରେ ଅନ୍ତ ନିଶ୍ଚିତ ହୋଇଥାଏ । ଏହି ବିଶାଳ ଦୁନିଆରେ ଯଦି କିଛି ସତ୍ୟ ଅଛି ତେବେ ତାହା ହେଉଛି ମରଣ । କିନ୍ତୁ ସମସ୍ତେ ଏହି ସତ୍ୟଟିକୁ ସ୍ଵୀକାର କରନ୍ତି ନାହିଁ । ଆସନ୍ତୁ ଜାଣିବା ଜୀବନ ଯିବା ପରେ ଶବକୁ କାହିଁକି ଏକୁଟିଆ ଛଡା ଯାଏନାହିଁ ?

ହିନ୍ଦୁ ଧର୍ମରେ ଜୀବନ ଯିବା ପରେ ଶବକୁ ଜଳାଇବାର ପରମ୍ପରା ରହିଅଛି । ଯଦି ବ୍ୟକ୍ତିଟିର ଜୀବନ ରାତ୍ରି ସମୟରେ ଯାଇଥାଏ ତେବେ ଶବଟିର ଦାହ ସଂସ୍କାର କରିବା ପାଇଁ ସମସ୍ତେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ଆପଣ ଅନେକ ସମୟରେ ଲକ୍ଷ କରିଥିବେ ଯଦି କୌଣସି ଘରେ ବ୍ୟକ୍ତିଟିର ଜୀବନ ସନ୍ଧ୍ୟା ସମୟରେ ଯାଇଥାଏ ତେବେ ଶବଟିକୁ ଏକୁଟିଆ ଛଡା ଯାଏ ନାହିଁ । ଏହା ଜାଣିବା ପୂର୍ବରୁ ଆସନ୍ତୁ ଏବେ ଜାଣିନେବା ଯେ କେଉଁ କେଉଁ ପରିସ୍ଥିତିରେ ଶବଟିର ଦାହ ସଂସ୍କାରରେ ବିଳମ୍ବ କରାଯାଏ । ବ୍ୟକ୍ତିଜଣକ ଯଦି ସୂର୍ଯ୍ୟ ଅସ୍ତ ପରେ ପ୍ରାଣ ତ୍ୟାଗ କରିଥାଏ ତେବେ ଶବଟିକୁ ରାତିସାରା ଘରେ ହିଁ ରଖାଯାଇଥାଏ । ପରଦିନ ତାହାର ଦାହ ସଂସ୍କାର କରାଯାଇଥାଏ । ଏହା ବ୍ୟତୀତ ଯଦି ବ୍ୟକ୍ତି ଜଣକର ଜୀବନ ପଞ୍ଚକ ସମୟରେ ଯାଇଥାଏ ତେବେ ମଧ୍ୟ ଶବଟିକୁ ଘରେ ରଖା ଯାଇଥାଏ ।

ଏବଂ ଯେବେ ପଞ୍ଚକ କାଳ ସମାପ୍ତ ହୋଇଥାଏ ସେତେବେଳେ ଶବ ଦାହ କାରାଯାଇଥାଏ । କରଣ ଗରୁଡ ପୁରାଣରେ କୁହାଯାଇଛି ଯେ ପଞ୍ଚକ ସମୟରେ ଯଦି କୌଣସି ବ୍ୟକ୍ତିର ଶବ ଦାହ କରାଯାଏ ତେବେ ତାକୁ ମୋକ୍ଷର ପ୍ରାପ୍ତି ହୋଇନଥାଏ । ଏଥିପାଇଁ ଯଦି କିଏ ରାତିରେ ପ୍ରାଣ ତ୍ୟାଗ କରିଥାନ୍ତି ତେବେ ଏହି ପରିସ୍ଥିତିରେ ଶବକୁ ଶ୍ମଶାନକୁ ନେଇକି ଯାଇନଥାନ୍ତି । ଶବଟିକୁ ଘରେ ରଖାଯାଇଥାଏ, ଏହିଭଳି ପରିସ୍ଥିତିରେ ଶବକୁ ଏକୁଟିଆ ଛଡା ଯାଇନଥାଏ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥାଏ । ଏହିଭଳି କ୍ଷେତ୍ରରେ ଜଣେ ବ୍ୟକ୍ତି ଶବ ପାଖରେ ରହି ତାହାର ସୁରଖା କରିଥାଏ ।

ଶବକୁ ଏକୁଟିଆ ନଛାଡିବାର କାରଣ ହେଉଛିଯେ, ଯଦି ଶବକୁ ଏକୁଟିଆ ଛଡା ଯାଏ ତେବେ ଶବଟିକୁ କୁକୁଡ଼ା, ବିଲେଇ ଟାଣି ଖାଇବାର ଆଶଙ୍କା ରହିଥାଏ । ଏହି କ୍ଷେତ୍ରରେ ବ୍ୟକ୍ତିର ଆତ୍ମାକୁ ମଧ୍ୟ ଯମଲୋକରେ ଏହିଭଳି ଘଟଣାର ସମ୍ମୁଖୀନ ହେବାକୁ ପଡିଥାଏ । ଗରୁଡ ପୁରାଣରେ କୁହାଯାଇଛି ଯଦି ଶବଟିକୁ ଏକୁଟିଆ ଛଡାଯାଏ ତେବେ ସେଥିରୁ ଗନ୍ଧ ଆସିବା ଆରମ୍ଭ କରିଥାଏ । ତେଣୁ ଶବ ପାଖରେ ଚାରିପଟେ କିଛି ଧୂପକାଠି ଜଳାଇ ରଖିଥାନ୍ତି ଯାହାଫଳରେ ଗନ୍ଧ ଆସିବାର ସମ୍ଭାବନା ଉପୁଜିନଥାଏ ।

ଗରୁଡ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଗରୁଡଙ୍କୁ କୁହନ୍ତି ଯେ ଯଦି ବ୍ୟକ୍ତି ଜଣକ ପ୍ରାଣ ତ୍ୟାଗ କରୁଅଛି ଏବଂ ଘରେ ତାହାର ସନ୍ତାନ ନାହିଁ ତେବେ ସନ୍ତାନର ଆସିବା ପର୍ଯ୍ୟନ୍ତ ଗୃହରେ ଶବଟିକୁ ରଖାଯାଇଥାଏ  କାରଣ ଯଦି ନିଜ ସନ୍ତାନ ଦ୍ଵାରା ଶବଟିର ଦାହ ସଂସ୍କାର ହୋଇନଥାଏ ତେବେ ଆତ୍ମାଟି ଉଦ୍ଧାର ପାଇନଥାଏ । ଏବଂ ଯଦି ସୂର୍ଯ୍ୟ ଅସ୍ତ ପରେ ଦାହ ସଂସ୍କାର କରାଯାଏ ତେବେ ଆତ୍ମାଟି ଭୁତ କିମ୍ବା ରାକ୍ଷସ ହୋଇ ସଂସାରରେ ଘୁରି ବୁଲିଥାଏ । ତାକୁ ମୁକ୍ତି ମିଳିନଥାଏ । ଏହାଥିଲା କାରଣ ଯେ କଣ ପାଇଁ ଶବଟିକୁ ଏକୁଟିଆ ଛଡା ଯାଇନଥାଏ ।

Show More
Back to top button