ଦୁର୍ଘଟଣାରାଜ୍ୟ

ଘାଟିରୁ ଖସିଲା ଟ୍ରକ ; ଡ୍ରାଇଭର ମୃତ

ସତ୍ୟଶିଖା,(କେନ୍ଦୁଝର) ୧୭.୦୩ .୨୦୨୧ :  ଘାଟି ତଳକୁ  ଟ୍ରକ ଖସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍‌ପର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ହେଲ୍‌ପରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଟାଉନ ଥାନା ଜୁଡିଆ ଘାଟି ନିକଟରେ ଟ୍ରକ ତଳକୁ ଖସିଯାଇଛି । ଟ୍ରକଟି କଲିକତା ଅଭିମୁଖେ ଯାଉଥିବା ବେଳେ ଜୁଡିଆ ଘାଟି ନିକଟରେ ଅଘଟଣ ଘଟିଲା । ଗାଡିର ବ୍ରେକ୍‌ ଫେଲ୍‌ ହୋଇଯିବାର ଟ୍ରକଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି । ଯାହାଫଳରେ ଗାଡିରେ ଥିବା ଡ୍ରାଇଭର ଚାପି ହୋଇରହିଥିଲେ । ତେବେ ଦୁର୍ଘଟଣା ସଂପର୍କରେ ଖବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ଅଗ୍ନିଶମ ବାହିନୀ ଟ୍ରକ ହେଲପରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଟ୍ରକ ତଳେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଜାରି ରହିଛି । ଟ୍ରକ ତଳେ ଚାପି ହୋଇ ରହିଥିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

Show More
Back to top button