ଦେଶରାଜ୍ୟଶିକ୍ଷା

୨୧ରେ ‘ନିଟ୍’ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍

 ସତ୍ୟଶିଖା(ନୂଆଦିଲ୍ଲୀ) ୦୮.୦୩.୨୦୨୧: ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଚଳିମ ମାସ ୨୧ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱର ପହଂଚିବେ ବୋଲି ସୂଚନା ମିଳିଛି । ସୂଚନା ମୁତାବକ ଚଳିତ ମାସ ୨୧ ଓ ୨୨ ତାରିଖ ଦୁଇଦିନ ଧରି ରାଷ୍ଟ୍ରପତି ଓଡିଶାରେ ରହିବେ । ଏହି ଗସ୍ତରେ ସମୟରେ ସେ ରାଜଭବନରେ ରାତ୍ରିଯାପନ କରିବେ ବୋଲି ଜଣାପଡିଛି । ଏହି ଦୁଇଦିନରେ ସେ ଗୋଟିଏ ଦିନ ରାଉରକେଲା ‘ନିଟ୍’ ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଅନ୍ୟ ଦିନଟିରେ ରାଷ୍ଟ୍ରପତି କୋଣାର୍କ ମନ୍ଦିର ପରିଦର୍ଶନ କରିବେ    । କହିରଖୁ କି ରାମନାଥ କୋବିନ୍ଦ ଦେଶର ରାଷ୍ଟ୍ରପତି ହେବା ପରେ ସେ ପ୍ରଥମଥର ପାଇଁ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟ ସରକାର ଏନେଇ ସମସ୍ତ ବନ୍ଦୋବସ୍ତ କରୁଥିବା ଜଣାପଡିଛି । ଅନ୍ୟପଟେ ‘ନିଟ୍’ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ କେତକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Show More
Back to top button