ରାଜ୍ୟଶିକ୍ଷା

ଘୁଞ୍ଚିଲା ସିବିଏସ୍‌ଇ ପରୀକ୍ଷା

ସତ୍ୟଶିଖା (ଭୁବନେଶ୍ୱର )୦୬ .୦୩.୨୦୨୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ‌ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ପହିଲାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ୩ଦିନ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁସାରେ ଉଭୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ଆରମ୍ଭ ହେବ। ଏନେଇ ସିବିଏସ୍‌ଇ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ୍ ୭ରେ ସରିବ। ସେହିପରି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ଏବଂ ଜୁନ୍ ୧୪ରେ ଶେଷ ହେବ।

Show More
Back to top button