

ସତ୍ୟଶିଖା (ନୂଆଦିଲ୍ଲୀ )୦୫.୦୩.୨୦୨୧: ସ୍ୱରୂପ ବଦଳାଉଛି କରୋନା ଭୂତାଣୁ । ଗତ କିଛିମାସ ମଧ୍ୟରେ କରୋନା ଭୂତାଣୁରେ ହୋଇଥିବା ପରିବର୍ତନକୁ ନେଇ ଚିକିତ୍ସା ବିଜ୍ଞାନୀଙ୍କ ଚିନ୍ତା ବଢିଯାଇଛି । କାରଣ ପୂର୍ବ ଅପେକ୍ଷା ଅଧିକ ତୀବ୍ର ଗତିରେ ସ୍ୱରୂପ ପରିବର୍ତନ କରୁଛି ମହାମାରୀ କରୋନା ଭୂତାଣୁ । ବେଙ୍ଗାଳୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାର ବୈଜ୍ଞାନିକ କରୋନା ଭୂତାଣୁର ସ୍ଥିତି ଉପରେ ଅଧ୍ୟୟନ କରିବା ପରେ ଏହି ସୂଚନା ଦେଇଛନ୍ତି । ଆଇଆଇଏସର ବାୟୋକେମିଷ୍ଟ୍ରି ବିଭାଗର ବୈଜ୍ଞାନିକ ପ୍ରଫେସର ଉତ୍ପଳ ଟାଟୁଙ୍କ ନେତୃତ୍ୱରେ ଗଠିତ ଟିମ୍ ୩ଟି ସାମ୍ପୁଲରେ ୨୭ଟି ମ୍ୟୁଟେସନ ପାଇଛନ୍ତି । ପ୍ରତି ସାମ୍ପୁଲରେ ଭୂତାଣୁ ୧୧ଥର ନିଜର ସ୍ୱରୂପ ବଦଳାଇଛି । ଏପରିକି ଭୂତାଣୁ ତାର ସଂରଚନାରେ ବହୁ ପ୍ରକାର ପ୍ରୋଟିନ ଉତ୍ପାଦନ କରୁଛି । ଯାହା ଚିନ୍ତାର କାରଣ ବୋଲି ବିଶେଷଜ୍ଞ କହିଛନ୍ତି । ବିଦେଶରେ କରୋନାର ଭିନ୍ନ ରୂପ ଦେଖାଯିବା ପରେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କଠାରେ ଏହା ଦେଖା ଗଲାଣି । ଏପର୍ଯ୍ୟନ୍ତ ଦେଶରେ ୨୪୨ ସଂକ୍ରମିତଙ୍କଠାରେ କରୋନାର ନୂଆ ସ୍ୱରୂପ ଦେଖା ଦେଇଛି ।