ଖେଳଦେଶ

ଚତୁର୍ଥ ଟେଷ୍ଟ : ଦ୍ୱିତୀୟ ଦିନରେ ରୋହିତଙ୍କ ଲଢୁଆ ବ୍ୟାଟିଂ

ସତ୍ୟଶିଖା ( ଅହମ୍ମଦାବାଦ)୦୫.୦୩.୨୦୨୧: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ଦଳ ପ୍ରଥମ ଦିନ ଗୋଟିଏ ଓ୍ୱିକେଟ୍ ହରାଇ ୨୪ ରନ୍ କରିଥିଲା । ତେବେ ଦ୍ୱିତୀୟ ଦିନରେ ଦଳକୁ ଆରମ୍ଭରୁ ବଡ ଝଟକା ଲାଗିଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ । ଦଳ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ମାତ୍ର ୨୦୫ ରନରେ ଅଲଆଉଟ୍ ହୋଇଯାଇଥିଲା । ତେବେ ୨୦୫ ରନର ପିଛା କରୁଥିବା ଭାରତ ପ୍ରଥମ ଦିନରେ ହିଁ ଶୁଭମନ ଗିଲଙ୍କ ଓ୍ୱିକେଟ୍ ହରାଇଥିଲା । ସେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ତେବେ ଦ୍ୱିତୀୟ ଦିନରେ ବ୍ୟାଟିଂ ଆରମ୍ଭ କରିଥିବା ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା କିଛି ସମୟ ପାଇଁ ଲଢେଇ କରିଥିଲେ । କିନ୍ତୁ ପୂଜାରା ୧୭ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ୦ ରନ୍ କରି ଆଉଟ୍ ହୋଇଥିଲେ । ଏବେ କ୍ରିଜରେ ରୋହିତ ୪୮ ଓ ଋଷଭ ପନ୍ତ ୧୨ ରନରେ ବ୍ୟାଟିଂ କରୁଛନ୍ତି । ଦଳର ସ୍କୋର ୪ ଓ୍ୱିକେଟ୍ ବିନିମୟରେ ୧୧୨ ରହିଛି । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ବେନ୍ ଷ୍ଟୋକସ୍ ଓ ଜ୍ୟାକ୍ ଲିଚ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।

Show More
Back to top button