

ସତ୍ୟଶିଖା (ନୂଆଦିଲ୍ଲୀ)୦୩.୦୩.୨୦୨୧: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗୃହ ଋଣ ଉପରେ ସୁଧହାର ୬.୭ ପ୍ରତିଶତକୁ ହ୍ରାସ କରିଛି। ବ୍ୟାଙ୍କ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧହାର ୬.୭ ପ୍ରତିଶତ ରହିବ। ୭୫ ଲକ୍ଷରୁ ଅଧିକ ଟଙ୍କାର ଗୃହ ଋଣ ଉପରେ ସୁଧହାର ୬.୭୫ ପ୍ରତିଶତ ରହିବ। ଏହି ସୁଧ ରିହାତି ଗ୍ରାହକଙ୍କ ଆର୍ଥିକ ପରିଚାଳନା (ସିବିଲ) ସ୍କୋର ଉପରେ ପର୍ଯ୍ୟବେଶିତ ହେବ। ଏହି ସୁବିଧା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମିଳିବ ଓ ଏଥିରେ ଗ୍ରାହକଙ୍କୁ ଶତପ୍ରତିଶତ ପ୍ରସେସିଂ ଫି’ ଛାଡ଼ କରାଯିବ।