Uncategorizedଦେଶସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ୧୫,୫୧୦ ନୂଆ ପଜିଟିଭ ଚିହ୍ନଟ

ସତ୍ୟଶିଖା(ନୂଆଦିଲ୍ଲୀ )୦୧.୦୩.୨୦୨ ୧:ଦେଶରେ କିଛି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୧୫,୫୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୦,୯୬,୭୩୧କୁ ବୃଦ୍ଧି ପାଇଛି। ଚିିକିତ୍ସାଧୀନ ଅବସ୍ଥାରେ ୧୦୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୭,୧୫୭ରେ ପହଞ୍ଚିଛି। ଦିନକରେ ୧୧,୨୮୮ ସୁସ୍ଥ ହୋଇଥିବା ବେଳେ ୧,୦୭,୮୬,୪୫୭ ମୋଟ ସୁସ୍ଥ ହୋଇ ଘରକୁ ପେରିଛନ୍ତି। ୧,୬୮,୬୨୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More
Back to top button