ଦେଶ

୪.୧ ଦିନରେ ଦୁଇଗୁଣ ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜମାତ୍‌ ଘଟଣା ନଘଟିଥିଲେ ହୋଇଥା’ନ୍ତା ଆହୁରି ବିଳମ୍ବ

ନୂଆଦିଲ୍ଲୀ:ଭାରତରେ କୋଭିଡ୍‌-୧୯ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୪.୧ ଦିନରେ ଦୁଇଗୁଣ ହୋଇଯାଇଛି। କିନ୍ତୁ ତବଲୀଗୀ ଜମାତ୍‌ ଧାର୍ମିକ ସମ୍ମିଳନୀଜନିତ ଘଟଣା ଘଟିନଥିଲେ ଏଥିପାଇଁ ଆହୁରି ସମୟ ଲାଗିଥା’ନ୍ତା। ଏପରିକି ୭.୪ ଦିନ ଲାଗି ଯାଇଥା’ନ୍ତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଶନିବାର ପରଠାରୁ ୪୭୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ୧୧ ଜଣ ମୃତ୍ୟୁବରଣ କରିଛନ୍ତି।

ଆହୁରି ପଢ଼ନ୍ତୁ

ବାୟୁ ଜରିଆରେ କୋଭିଡ୍‌-୧୯ ସଂକ୍ରମଣ ବାବଦରେ ସେ କହିଥିଲେ, ବିଜ୍ଞାନ ଓ ଗବେଷଣା ସବୁବେଳେ ଭିନ୍ନ ଭିନ୍ନ ମତ ପୋଷଣ କରିବ। ଆମକୁ ବାଲାନ୍ସ କରି ପ୍ରମାଣ ସିଦ୍ଧ ତଥ୍ୟ ଉପରେ ଯିବାକୁ ହେବ।

ଉଦାହରଣ ସ୍ୱରୂପ ସେ କହିଥିଲେ, ଯଦି ଏପରି ହୋଇଥା’ନ୍ତା ଜଣକୁ କରୋନା ଭୂତାଣୁ ଆକ୍ରାନ୍ତ କରିଥିଲେ ପରିବାରର ସମସ୍ତଙ୍କୁ ତାହା ଆକ୍ରାନ୍ତ କରିବା କଥା। କାରଣ ସେହି ସମାନ ବାୟୁକୁ ପରିବାରର ସମସ୍ତେ ଗ୍ରହଣ କରୁଛନ୍ତି। ଏପରିକି ମେଡିକାଲରେ ମଧ୍ୟ ଅନ୍ୟ ରୋଗୀମାନେ ସେହି ବାୟୁ ଗ୍ରହଣ କରୁଛନ୍ତି। କିନ୍ତୁ ସେପରି ଘଟିନାହିଁ ବୋଲି ସେ କହିଛନ୍ତି।

[ad_2]
Show More
Back to top button