ରାଜ୍ୟ

ରାଜଧାନୀରେ ସାନିଟାଇଜ୍‌ ହେବ ୧୦ଟି ହାଟ୍‌

ଭୁବନେଶ୍ୱର(ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱରରେ ଆଜି୧୦ଟି ହାଟ ସାନିଟାଇଜ ହେବ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଓ ଫାୟାର ସର୍ଭିସ୍‌ ଏହି କାମ କରିବ। ଦିନକୁ ଦିନ ‘କରୋନା’ କାୟା ବିସ୍ତାର କରୁଥିବା ଦେଖି ଏପରି ପଦକ୍ଷେପ ନେଇଛି। ସାନିଟାଇଜ୍‌ ହେବାକୁ ଥିବା ହାଟ ଗୁଡ଼ିକ ହେଲା- ୟୁନିଟ୍-୧ ହାଟ, ୟୁନିଟ-୪ ମାର୍କେଟ, ମାଛ ମାର୍କେଟ, ସହିଦ ନଗର ଡେଲି ମାର୍କେଟ, ରୁଚିକା, ଇନ୍ଦ୍ରଧନୁ ମାର୍କେଟ, ଡମଣା ହାଟ, ୟୁନିଟ୍-୩ ଡେଲି ମାର୍କେଟ, ଗଣ୍ଡମୁଣ୍ଡା ଡେଲି ମାର୍କେଟ, ବିଜେବି ନଗର ହାଟ ଓ ମା କୋଚିଲେଇ ହାଟ ସାନିଟାଇଜ ହେବ।

ଆହୁରି ପଢ଼ନ୍ତୁ

ସୂଚନାରୁ ପ୍ରକାଶ, ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଯାହାକୁ ଦେଖି ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଲକ୍‌ଡାଉନ୍‌ ଭିତରେ ରାଜ୍ୟ ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌କୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଶଟ୍‌ଡାଉନ୍‌ ଅବଧି ଆଜି ରାତିରେ ସରୁଛି। ଅନ୍ୟପକ୍ଷରେ ‘କରୋନା’ ରୋଗୀ ଚିହ୍ନଟ ହୋଇଥିବା ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ତେବେ ରାଜଧାନୀରେ ଥିବା ହାଟ୍‌ ଗୁଡ଼ିକରେ ‘କରୋନା’ ଭାଇରସ୍‌ ବ୍ୟାପିଥିବା ସନ୍ଦେହ କରି ରାଜ୍ୟ ସରକାର ସାନିଟାଇଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

[ad_2]
Show More
Back to top button