ଦେଶନ୍ୟୁଜ୍ବାଣିଜ୍ୟବିଦେଶରାଜ୍ୟ

ମାଲ ପରିବହନରୁ ରେଳବାଇର ୯୮ ହଜାର କୋଟି ଆୟ

ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୦୨/୧୦୨୧ : କରୋନା ମହାମାରୀ ବ୍ୟାପିବା ପରଠାରୁ ପ୍ରଥମ ଥର ଲାଗି ରେଳବାଇର ମାଲ ପରିବହନରୁ ଆୟ ଗତବର୍ଷ ତୁଳନାରେ ଅଧିକ ହୋଇଛି । ଫେବ୍ରୁଆରିରେ ହୋଇଥିବା ଆୟ ଗତବର୍ଷ ତୁଳନାରେ ଅଧିକ ରହିଛି । ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ରେ ମାଲ ପରିବହନରୁ ରେଳବାଇ ୯୮,୦୬୮.୪୫ କୋଟି ଟଙ୍କା ଆୟ କରିଛି । ପୂର୍ବବର୍ଷ ଏହି ସମୟରେ ଏହି ଆୟ ୯୭,୩୪୨.୧୪ କୋଟି ଟଙ୍କା ଥିଲା ।

ଗତବର୍ଷ ଫେବ୍ରୁଆରି ତୁଳନାରେ ରେଳବାଇର ମାଲ ପରିବହନ ଜନିତ ଆୟ ୨୦୬ କୋଟି ଟଙ୍କା ଅଧିକ ରହିଛି । ଏ କ୍ଷେତ୍ରରେ ୫% ଅଭିବୃଦ୍ଧି ହୋଇଛି । ଚଳିତ ମାସର ପ୍ରଥମ ୧୨ ଦିନରେ ରେଳବାଇ ମାଲ ପରିବହନ ଭଡ଼ା ବାବଦରେ ୪୫୭୧ କୋଟି ଟଙ୍କା ଆୟ କରିଛି ଯାହା ପୂର୍ବବର୍ଷ ଏହି ସମୟରେ ହୋଇଥିବା ୪୩୬୫ କୋଟି ଟଙ୍କା ତୁଳନାରେ ଅଧିକ । ମାଲବାହୀ ଟ୍ରେନ୍‌ର ଗତି ବଢ଼ାଇବା, ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ଦେବା, ବ୍ୟବସାୟ ବିକାଶ ଉପରେ ଗୁରୁତ୍ବ ଏବଂ ସାମଗ୍ରୀ ପରିବହନ କରିବାକୁ ଚାହୁଥିବା ସଂସ୍ଥାକୁ ସୁହାଇବା ଭଳି ସୁବିଧା ଦେଇ ରେଳବାଇ ଏହି ସଫଳତା ହାସଲ କରିଛି । କରୋନା ମହାମାରୀକୁ ରୋକିବା ଲାଗି ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ରେଳବାଇର ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଯଦିଓ ଯାତ୍ରୀବାସୀ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଥିଲା, କିନ୍ତୁ ମାଲବାହୀ ଟ୍ରେନ୍ ଚାଲୁ ରହିଛି । କୃଷିଜାତ ସାମଗ୍ରୀ ଠାରୁ ଆରମ୍ଭ କରି ଟ୍ରାକ୍ଟର, କାର୍, ବାଇକ୍ ଆଦି ପରିବହନ କରିବାରେ ରେଳବାଇ ପ୍ରମୁଖ ଭୂମିକା ଗ୍ରହଣ କରିଛି । କେବଳ ଦେଶ ଭିତରେ ନୁହେଁ ଏହା ପଡ଼ୋଶୀ ଦେଶକୁ ମଧ୍ୟ କୃଷିଜାତ ସାମଗ୍ରୀ ପଠାଇଛି । କିଷାନ ରେଳ ଜରିଆରେ ପନିପରିବା ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀକୁ ଏହା ବିଭିନ୍ନ ବଜାରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ସାରା ଦେଶରେ ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇନାହିଁ ।

Show More
Back to top button