ସ୍ପେଶାଲ୍ ରିପୋର୍ଟ

ପଞ୍ଚଲିଙ୍ଗେଶ୍ୱରରେ ସାପ-ନେଉଳ ଲଢେ଼ଇ, ଅହିରାଜ କ୍ଷତବିକ୍ଷତ

ସତ୍ୟଶିଖା (ବାଲେଶ୍ଵର) ୧୩/୦୨/୧୦୨୧ : ସାପ-ନେଉଳ ଲଢେଇ । ଏକ ବିରାଟକାୟ ଅହିରାଜ ସାପ ସହ ଏକ ନେଉଳର ଘମାଘୋଟ ଲଢେଇ ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ । ଏକ ଛୋଟ ନେଉଳ ବିରାଟକାୟ ଅହିରାଜ ସାପ ସହ ଲଢେଇ କରି ତାକୁ ଘାଇଲା କରି ପକାଇଛି । ସାପଟି ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଯାଉଥିବା ବେଳେ ନେଉଳଟି ଲାଙ୍ଗୁଡକୁ କାମୁଡି ତଳକୁ ପକାଇ ଦେଉଥିବା ଚିତ୍ର ଏହି ଭିଡିଓରେ ଦେଖିବାକୁ ମିଳିଛି । ଫଳରେ ସାପଟି ଗୁରୁତର ହୋଇପଡିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସେହି ଅଞ୍ଚଳର ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସ ଖବର ପାଇ ଅହିରାଜ ସାପଟିକୁ ଉଦ୍ଧାର କରି କୂଳଡିହା ବନବିଭାଗକୁ ହସ୍ତାନ୍ତର କରିଥିଲେ । ସାପଟିକୁ ନୀଳଗିରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିବା ବେଳେ ସୁସ୍ଥ ହେଲେ କୂଳଡିହା ଅଭୟାରଣ୍ୟରେ ଛଡାଯିବ ବୋଲି ସୂଚନା ମିଳିଛି ।

Show More
Back to top button