

ସତ୍ୟଶିଖା (ଭୁବନେଶ୍ୱର) ୧୨/୦୨/୧୦୨୧ : ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୨୧ରେ ଜାନୁଆରି ୬ ତାରିଖରୁ ଏହି ଦର ବଢ଼ିବାରେ ଲାଗିଛି । ଇତିମଧ୍ୟରେ ଗତ ପ୍ରାୟ ୪୧ ଦିନ ମଧ୍ୟରେ ୧୫ ଥର ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଲାଣି । ଗତ ତିନି ଦିନ ହେଲା ଦର ଲଗାତାର ବୃଦ୍ଧି ପାଇବା ଫଳରେ ଏହା ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି । ଭୁବନେଶ୍ୱରରେ ଆଜି ଡିଜେଲ ଦର ପ୍ରଥମ ଥର ପାଇଁ ଲିଟର ପିଛା ୮୫ ଟଙ୍କା ଟପିଯାଇଛି । ଭାରତୀୟ ତୈଳ ନିଗମର ପେଟ୍ରୋଲ ପମ୍ପରେ ଏହାର ଦର ଲିଟର ପିଛା ୮୫ ଟଙ୍କା ୨ ପଇସା ରହିଛି । ସେହିଭଳି ପେଟ୍ରୋଲ ଦର ଭୁବନେଶ୍ୱରରେ ଆଜି ୮୮ ଟଙ୍କା ୫୪ ପଇସା ଛୁଇଁବା ସହ ୮୯ ଟଙ୍କା ମୁହାଁ ହେବାରେ ଲାଗିଛି । ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି ।