ଦେଶନ୍ୟୁଜ୍ବିଦେଶରାଜ୍ୟ

ଆଜି ପ୍ରୋମିଜ ଡେ’

ସତ୍ୟଶିଖା (ଭୁବନେଶ୍ୱର) ୧୧/୦୨/୨୦୨୧ : ପ୍ରେମ କେବେ ଆଖିରେ ଆଖିରେ ହୁଏତ; କେବେ ଇସାରାରେ । ନିଜ ପ୍ରେମକୁ ବୟାନ କରିବାର ସମୟ ଖୋଜୁଥାନ୍ତି ପ୍ରେମିକ ପ୍ରେମିକା । କେବେ କେଉଁଠି ସୁଯୋଗ ପାଇଲେ ନିଜ ମନର କଥାକୁ ମନର ମଣିଷକୁ କହିବେ । ପରସ୍ପର ଜୀବନର ଶେଷ ପର୍ଯ୍ୟନ୍ତ ସାଥୀ ହୋଇ ରହିବେ ବୋଲି ପ୍ରତିଶ୍ରୁତି ଦେବେ । ଆଜି ସରିଛି ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡ୍ଡି ଡେ’ ।

ଆସନ୍ତାକାଲି ପ୍ରତିଶ୍ରୁତି ରକ୍ଷା କରିବାର ଦିନ (ପ୍ରୋମିଜ୍ ଡେ) ଅର୍ଥାତ୍ ପ୍ରତିଶ୍ରୁତି ଦିବସ । ତେବେ ଏ ପ୍ରତିଶ୍ରୁତି ଦିବସ କେବଳ ଯୁବ ଗୋଷ୍ଠୀଙ୍କ ପାଳନ କରନ୍ତି ନାହିଁ । ସ୍ବାମୀ ସ୍ତ୍ରୀ, ସାଙ୍ଗ ସାଥୀ ସମସ୍ତେ ସାରା ଜୀବନ ନିଜ ସଂପର୍କକୁ ବଜାୟ ରଖିବା ଓ ସତେଜ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି । ସମ୍ପର୍କକୁ ମଜଭୁତ ଆଉ ଦୃଢ କରିବାର ଦିନ ହେଇଛି ଏହି ପ୍ରୋମିଜ୍ ଡେ’ । ଆସନ୍ତାକାଲି ଏହି ଦିବସକୁ ପାଳନ କରିବା ପାଇଁ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ରାତି ୧୨ ଟାରେ ମୋବାଇଲ କିମ୍ବା ଭିଡିଓ କଲ୍ ଯୋଗେ ନିଜ ମନର ମଣିଷକୁ କଥା ଦେବେ । ପ୍ରତିଶ୍ରୁତିବଦ୍ଧ ହେବେ କେବେ ଦୁହେଁ ଦୁହିଁକୁ ଛାଡ଼ି ଯିବେ ନାହିଁ ବୋଲି ।

ତେବେ ସୋସିଆଲ ମିଡିଆ ଯୁଗରେ ଭାଙ୍ଗି ଯାଇଥିବା ପ୍ରେମ ସଂପର୍କକୁ ବି କେହି କେହି ଥଟ୍ଟା କରି କୁଆଡେ ଗଲା ତୁମ ପ୍ରତିଶ୍ରୁତି ବୋଲି ପ୍ରଶ୍ନ କରିବେ। ନୂଆ ପ୍ରେମରେ ପଡିଥିବା ପ୍ରେମୀଯୁଗଳମାନେ ନିରୋଳାରେ ଟିକିଏ ସମୟ ବିତାଇବା ପାଇଁ ଜାଗା ବାଛି ସାରିଲେଣି। କିଏ ଟିକିଏ ସମୁଦ୍ର କୂଳ ଆଡ଼େ ଯିବା ପାଇଁ ଯୋଜନା କରିଛନ୍ତି ତ କିଏ ସହର ଭିତରେ କିଛି ପସନ୍ଦର ସ୍ଥାନ ବାଛି ନେଇଛନ୍ତି।

Show More
Back to top button