ଦେଶନ୍ୟୁଜ୍ପର୍ଯ୍ୟଟନରାଜ୍ୟ

ଆନ୍ଧ୍ରପ୍ରଦେଶର ସ୍ୱର୍ଗ ହୋରର୍ସଲେ ହିଲ

ସତ୍ୟଶିଖା ୧୧/୦୨/୨୦୨୧ : ଖରାଦିନରେ ଅଧିକାଂଶ ଲୋକେ ଘରେ ଆରାମରେ ଏସି ଓ କୁଲର ପାଖରେ ରହିବାକୁ ପସନ୍ଦ କରିଥାଆନ୍ତି । ମାତ୍ର ଭ୍ରମଣ ପାଇଁ ଇଚ୍ଛା ହେଲେ ଆଉ ଖରା ପାଇଁ ଚିନ୍ତିତ ହେବାକୁ ପଡ଼ିବ ନାହିଁ । କାରଣ ଖରାଦିନରେ ବୁଲିବା ପାଇଁ କିଛି ସ୍ଥାନ ବିଷୟରେ ଆସନ୍ତୁ ଜାଣିବା । ଯେଉଁ ଠାରେ ଆପଣ ଖରାଦିନରେ ମଧ୍ୟ ଗରମ ଅନୁଭବ କରିବେ ନାହିଁ ।
ହୋରର୍ସଲେ ହିଲ –
ହୋରର୍ସଲେ ହିଲ ଆନ୍ଧ୍ରପ୍ରଦେଶର ସ୍ୱର୍ଗ ବୋଲି କୁହାଯାଏ । ପ୍ରକୃତି ନିଜର ସୌନ୍ଦର୍ୟ୍ୟ ଏଠାରେ ଅଜାଡ଼ି ଦେଇଥିବା ଭଳି ମନେ ହୁଏ । ଏଠାରେ ଆପଣ ସୁନ୍ଦର ସୁନ୍ଦର ବୃକ୍ଷଲତା ଦେଖିବାକୁ ପାଇବେ । ନିଜ ପରିବାର ସହ ଏଠାରେ ଆପଣ ପ୍ରାକୃତିକ ସୌନ୍ଦର୍ୟ୍ୟର ବେଶ ମଜା ନେଇପାରିବେ ।
ଦକ୍ଷିଣ ଭାରତର ସୁନ୍ଦର ରାଜ୍ୟ ତାମିଲନାଡ଼ୁରେ ଥିବା ଊଟୀ ଦେଶର ସବୁଠାରୁ ଚର୍ଚ୍ଚିତ ପାହାଡ଼ିଆ ସ୍ଥାନ ଅଟେ । ଏଠାକାର ମନମୁଗ୍ଧକର ସୁନ୍ଦରତା ଆପଣଙ୍କୁ ଭ୍ରମଣର ଏକ ସ୍ୱତନ୍ତ୍ର ମଜାର ଅନୁଭୂତି ପ୍ରଦାନ କରିବ ।
କୋଡ଼ଇକନାଲ – ଏହା ତାମିଲନାଡ଼ୁରେ ଅବସ୍ଥିତ । ଏଠାରେ ଆପଣ ଭିନ୍ନ ଭିନ୍ନ ପ୍ରକାରର ବୃକ୍ଷଲତା ଦେଖିବାକୁ ପାଇବେ । ଏଠାରେ ବୋଟିଂ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ । ତେଣୁ ବୁଲିବା ପାଇଁ ଏହା ମଧ୍ୟ ଏକ ଉତ୍ତମ ସ୍ଥାନ ।
ଭାରତର ଉତ୍ତରାଖଣ୍ଡସ୍ଥିତ ଔଲୀ ସବୁଠାରୁ ଥଣ୍ଡା ସ୍ଥାନ ମଧ୍ୟରୁ ଗୋଟିଏ । ଶସ୍ୟଶ୍ୟାମଳା ପରିବେଶର ଆନନ୍ଦ ଏଠାରେ ନେବା ସହ ସ୍ନୋ ଫଲର ମଜା ମଧ୍ୟ ନେଇ ପାରିବେ ।

Show More
Back to top button