ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ସନ୍ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କଲେ ଜିଲ୍ଲାପାଳ

ସତ୍ୟଶିଖା (କଟକ) ୧୦/୦୨/୨୦୨୧ : କଟକ ଜିଲା ତୁଳସୀପୁରରେ ସ୍ଥିତ ସନ୍ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ହସ୍ପିଟାଲକୁ ବନ୍ଦ କରାଯାଇଥିବା ସୂଚନା । ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ କଜ୍ ନୋଟିସ୍ ହୋଇଥିଲା । ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ ଭାବେ ସନ୍ ହସ୍ପିଟାଲକୁ ପ୍ରଶାସନ ବନ୍ଦ କରିଦେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସନ୍‍ ହସ୍ପିଟାଲରେ ଫେବୃଆରୀ ୧ ତାରିଖରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ହସ୍ପିଟାଲର ୪ର୍ଥ ମହଲାରେ ଥିବା ନୂତନ କ୍ୟାଣ୍ଟିନରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

Show More
Back to top button