ରାଜ୍ୟସ୍ପେଶାଲ୍ ରିପୋର୍ଟ

ଏସିଆନ୍‌ ବୁକ୍ ଅଫ୍‌ ରେକର୍ଡ ଏବଂ ଏକ୍ସକ୍ଲୁସିଭ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଲା ଓମ୍‌ପ୍ରକାଶ ସାହୁଙ୍କ ବାଲୁକା କଳା

ସତ୍ୟଶିଖା ୦୯/୦୨/୨୦୨୧ : ବଲାଙ୍ଗୀର ଜିଲ୍ଲାରୁ କଳା ପଦର୍ଶିତ କରି ଏବେ  ଓ୍ବାର୍ଲ୍ଡ ରେକର୍ଡରେ ନିଜ ନାମକୁ ସ୍ଥାନ ଦେଇଛନ୍ତି ବାଳୁକା ଶିଳ୍ପୀ । ଏବେ ବଲାଙ୍ଗୀର ଜିଲ୍ଲା ନୁହେଁ ଏବେ ସାରା ଓଡିଶା ପାଇଁ ଆଣି ଦେଇଛନ୍ତି ଗର୍ବ ଗୌରବ । ବଲାଙ୍ଗୀର ଜିଲ୍ଲାର ବାଳୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବିଭିନ୍ନ ସମୟରେ ନିଜ ବାଳୁକା କଳା ପାଇଁ ବେଶ ପରିଚିତ । ଓମପ୍ରକାଶ ଗତ ବର୍ଷ ଜାନୁୟାରୀ ମାସରେ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଓ ଫୁଲବାଣୀ ଜିଲ୍ଲାର ମଧ୍ୟମ ସ୍ଥଳ ଐତିହାସିକ ପୀଠ ଐରଖାରବେଳ ଗଡ ନିକଟସ୍ଥ ତେଲନଦୀର ପେନ୍ଦିମୁଣ୍ଡା, ଆଟଗାଁ ଘାଟରେ ୨୬ ଫୁଟ ଉଚ୍ଚତାର ଭାରତୀୟ ଐତିହକୁ ନେଇ ବାଲୁକାକଳା ନିର୍ମାଣ କରିଥିଲେ । ଏଥିରେ ଜାତୀୟ ପତକା, ଲାଲକିଲ୍ଲାର ଅଂଶବିଶେଷ, କୁତବମିନାର, ତାଜମହଲ, ଗେଟ ୱେ ଅଫ ଇଣ୍ଡିଆ, ଲୋଟସ ଟେମ୍ପୁଲ, କୋଣାର୍କ, ଶ୍ରୀମନ୍ଦିର, ରାଣୀପୁର ଝରିଆଲର ୬୪ଯୋଗିନୀ ପୀଠ, ଲୋକବାଦ୍ୟ ‘ନିଶାନ’ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପ୍ରତିକୃତି ନିର୍ମାଣ ହୋଇଥିଲା । ଯାହା ପାଇଁ ଆଜି ତାଙ୍କୁ ମିଳିଛି ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ।

ଯୁବ ବାଲୁକାଶିଳ୍ପୀ ଶ୍ରୀ ସାହୁ କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତର ଡଙ୍ଗରମୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗାଁରେ ପ୍ରାଥମିକ ଶିକ୍ଷା ଶେଷ ପରେ ରିଷିଡା ବାପୁଜୀ ହାଇସ୍କୁଲରୁ ମାଧ୍ୟମିକ ଶିକ୍ଷା ଓ ଜୟପୁର ଶ୍ରୀ ବିକ୍ରମଦେବ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ, ଖଲ୍ଳିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ସ୍ନାତକ ତଥା ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଭୂବନେଶ୍ୱରରେ ଚାରୁକଳାରେ ସ୍ନାତକୋତର ଶିକ୍ଷା ଗ୍ରହଣ ପରେ ବି.ଇ.ଡି ତାଲିମ ନେଇଥିଲେ । ସଂପ୍ରତି ସେ ବଲାଙ୍ଗୀର ଜିଲ୍ଲା ପ୍ରତାପପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ତାଙ୍କର ଏହି ରେକର୍ଡ ପାଇଁ କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

Show More
Back to top button