ଖାଦ୍ୟଜୀବନମନ୍ତ୍ରରୋଷେଇ
ଛତୁ ସାଲାଡ଼


ସତ୍ୟଶିଖା ୦୯/୦୨/୨୦୨୧ :
ଆବଶ୍ୟକ ସାମଗ୍ରୀ
ଛତୁ – ୨୦୦ ଗ୍ରାମ
ଲାଲ ସିମଲା ଲଙ୍କା – ୨୦୦ ଗ୍ରାମ
ମହୁ – ୧ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ରସୁଣ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛତୁ, ଧନିଆ ପତ୍ର, ରସୁଣକୁ କାଟି ଦିଅନ୍ତୁ । ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ପ୍ରଥମେ ଛତୁକୁ ପକାଇ ଭାଜନ୍ତୁ । ଛତୁରୁ ପାଣି ବାହାରି ଏହା ଶୁଖିବାକୁ ଲାଗିଲେ ଏଥିରେ ସିମଲା ଲଙ୍କା ପକାଇ ଭଲ ଭାବେ ଭାଜନ୍ତୁ । ଏବେ ଏଥିରେ, ଗୋଲମରିଚ ଗୁଣ୍ଡ, ଲୁଣ, ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ । ୨ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଚାର୍ଟ ମସଲା ଓ ମହୁ ପକାଇ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଛତୁ ସାଲାଡ଼ ।