

ସତ୍ୟଶିଖା ୦୫/୦୨/୨୦୨୧ : ପୋଲିସକୁ ବଡ ସଫଳତା । ଓଡ଼ିଶା ଆନ୍ଧ୍ରପ୍ରଦେଶରର ସୀମାନ୍ତରୁ ଛତିଶଗଡକୁ ଚୋରା ଗଞ୍ଜେଇ ଚାଲଣ ବେଳେ ମାଡ଼ି ବସିଲା ପାଡ଼ୁଆ ପୋଲିସ । ଏକ ପିକ୍ଅପ ଭ୍ୟାନରେ ୨୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ପଡୁଆ ଥାନା ଅଧିକାରୀ ରାଇଶିଙ୍ଗ ଗ୍ରାମ ନିକଟରେ ପେଟ୍ରୋଲିଂ କରିଥିଲେ ।
ଏହି ଅଞ୍ଚଳଟି ମାଓ ପ୍ରଭାବିତ ଏବଂ ଜଙ୍ଗଲପୂର୍ଣ୍ଣ ଅଞ୍ଚଳ ହୋଇଥିବା ସତ୍ତ୍ବେ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଏସଓପି ପାଳନ କରି ନାକା ବନ୍ଦୀ କରିଥିଲା । ବାଲଡା ଗ୍ରାମ ଦେଇ ଦ୍ରୁତ ଗତିରେ ଆସୁଥିବା ଏକ ପିକଅଫ୍ ଭ୍ୟାନକୁ ପୋଲିସ ଅଟକାଇବା ଦେଖି ଅନ୍ଧାର ଏବଂ କୁହୁଡିର ସୁଯୋଗ ନେଇ ଜଙ୍ଗଲକୁ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି ।
ଜବତ ପିକଅପ ଭ୍ୟାନରେ ୧୧ଟି ବସ୍ତାରେ ୨ କ୍ଵିଣ୍ଟାଲ ୩୦ କେଜି ଗଞ୍ଜେଇ ଥିଲା । ଏହାର ମୂଲ୍ୟ ପ୍ରାୟ ୨୩ ଲକ୍ଷରୁ ଊର୍ଦ୍ଧ ହେବବୋଲି ପୋଲିସ ସୂଚନା ଦେଇଛି । ଗାଡିର ମାଲିକ ନାମରେ କେସ ରୁଜୁ କରି ତଦନ୍ତ ଜାରି ରହିଛି ।