ଅପରାଧନ୍ୟୁଜ୍ରାଜ୍ୟ

ଆନ୍ଧ୍ରରୁ ଆସି ଚୋରାରେ ରଖାଯାଇଥିଲା ବିସ୍ଫୋରକ,ଡିନାମାଇଟ୍

ସତ୍ୟଶିଖା ୦୪/୦୨/୨୦୨୧ : ବିପୁଳ ପରିମାଣର ଡିନାମାଇଟ୍‌ ଜବତ ହୋଇଛି । ବାଲେଶ୍ୱ ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦନରୁ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌ ବ୍ୟବହୃତ କରାଯାଉଥିବା ଅଭିଯୋଗ ଆସିଥିଲା । ଯାହାପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଆକ୍ସନମୋଡକୁ ଆସିଯାଇଥିଲା । ଆନ୍ଧ୍ରପ୍ରଦେଶରୁ ବେଆଇନ୍‌ ଭାବେ ୩ ପେଟିରେ ଡିଜିଟାଲ ଡିନାମାଇଟ୍‌ ଚୋରାରେ ଆଣି ରଖାଯାଇଥିଲା । ୮୮ନଂ ଖାଦାନର ମାଲିକ ଅରବିନ୍ଦ ସାହୁଙ୍କ ଗଚ୍ଛିତ ରଖାଯାଇଥିବାରୁ ଉପ-ଜିଲ୍ଲାପାଳ, ସୋର ତହସିଲଦାର ଅଶୋକ ଦାସ ମିଳିତ ଭାବେ ଚଢାଉ କରିଥିଲେ ଏବଂ ସମସ୍ତ ୩ ପେଟି ଡିନାମାଇଟ୍‌କୁ ଜବତ କରି ସୋର ଥାନାକୁ ହସ୍ତାନ୍ତର ହୋଇଛି । ଏବଂ ଅରବିନ୍ଦ ସାହୁଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

Show More
Back to top button