ଖାଦ୍ୟଜୀବନମନ୍ତ୍ର

ଦୁନିଆର ୫ଟି ମହଙ୍ଗା ଫଳ

ସତ୍ୟଶିଖା ୦୪/୦୨/୨୦୨୧ : ସାଧାରଣତଃ ଅନ୍ୟାନ୍ୟ ଜିନିଷ ଅଥବା ଖାଦ୍ୟ ଜିନିଷ ତୁଳନାରେ ବିଭିନ୍ନ ପ୍ରକାର ଫଳର ମୂଲ୍ୟ ଅଧିକ ଥାଏ । କିଛି ଫଳର ମୂଲ୍ୟ ୨୦୦ରୁ ୩୦୦ କିଲୋ ପ୍ରତି ମିଳିଥାଏ । ମାତ୍ର ଏପରି କିଛି ଫଳ ରହିଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ରହିଛି । ଆଜ୍ଞା ହଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଜାଣନ୍ତୁ ସେଭଳି କିଛି ମହଙ୍ଗା ଫଳ ବିଷୟରେ….
‘ତାଇୟୋ ନୋ ତାମାଗୋ’ ଏକ ପ୍ରକାର ଫଳ । ଏହା ହେଉଛି ଏକ ପ୍ରକାର ଆମ୍ବ। ଯାହା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ବୋଲି ଜଣାଶୁଣା । ଏହି ଆମ୍ବ ଜାପାନର ମିୟାଜାକି ପ୍ରଦେଶରେ ଚାଷ କରାଯାଏ । ଏହାପରେ ସାରା ଦେଶରେ ବିକ୍ରି ହୋଇଥାଏ । ଏହି ଆମ୍ବର ଏକ କିଲୋଗ୍ରାମର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ।
ୟୁବ୍ରି ମେଲନ (ଏକ ପ୍ରକାର ତରଭୂଜ) ଦୁନିଆର ସବୁଠାରୁ ମହଙ୍ଗା ଫଳ ବୋଲି କୁହାଯାଏ । ଏହି ଫଳ ମଧ୍ୟ ଜାପାନରେ ଚାଷ କରାଯାଏ । ଏବଂ ବିକ୍ରି ହୋଇଥାଏ । ଏହା ଜାପାନ ବାହାକୁ ଖୁବ କମ ରପ୍ତାନୀ ହୋଇଥାଏ । ଏହି ପ୍ରକାର ତରଭୂଜ ସୂର୍ଯ୍ୟ କିରଣ ଠାରୁ ଦୂରରେ ଥିବା ସବୁଜ ଗୃହରେ ଚାଷ କରାଯାଏ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ ଏହି ଫଳର ୨ଟିର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ।
ଆପଣ ଅନେକ ତରଭୂଜ ଦେଖିଥିବେ ଓ ଖାଇଥିବେ । ମାତ୍ର କେବେ ବର୍ଗାକାର ତରଭୂଜ ଦେଖିଛନ୍ତି କି ? ଆଜ୍ଞା ହଁ ଦୁନିଆରେ କେବଳ ଗୋଲାକାର ନୁହେଁ ବରଂ ବର୍ଗାକାର ତରଭୂଜ ମଧ୍ୟ ରହିଛି । ଏଗୁଡିକ ଜାପାନରେ ଚାଷ କରାଯାଏ । ଏହି ତରଭୂଜର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା । ଏହାର ଓଜନ ୫ କିଲୋ ହେବ । ବାସ୍ତବରେ ଏହି ତରଭୂଜ ବର୍ଗାକାର ହେବାର କାରଣ ଏକ ପ୍ରକାର ବର୍ଗାକାର ବାକ୍ସ ଭିତରେ ରଖି ଏହାକୁ ଚାଷ କରାଯାଏ ।
ହଳଦିଆ ରଙ୍ଗ ଦେଖାଯାଉଥିବା ଏହି ସପୁରୀ ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରୁ ଗେଟିଏ । ଏହାକୁ ଇଂଲଣ୍ଡର ‘ଲଷ୍ଟ ଗାର୍ଡେନ୍ସ ଅଫ ହେଲିଗନ’ରେ ଚାଷ କରାଯାଏ । ଏହି କାରଣରୁ ଏହାକୁ ‘ଲଷ୍ଟ ଗାର୍ଡେନ୍ସ ଅଫ ହେଲିଗନ ପାଇନଏପ୍ପଲ୍ସ’ ର ନାମରେ ଏହା ଜଣାଶୁଣା । ଏହା ପ୍ରସ୍ତୁତ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥାଏ । ଏହି ସପୁରୀ ଗୋଟିଏର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ।
ରୁବି ରୋମାନ । ଏହା ଏକ ପ୍ରକାର ଅଙ୍ଗୁର । ଏହା ଜାପାନର ସବୁଠାରୁ ମହଙ୍ଗା ଫଳ ଭାବେ ଜଣାଶୁଣା । ଗୋଟିଏ ଅଙ୍ଗର ପେନ୍ଥାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ । ମହଙ୍ଗା ହେତୁ ଏହି ଅଙ୍ଗୁରକୁ ଧନୀମାନଙ୍କର ଫଳ ବୋଲି କୁହାଯାଏ ।

Show More
Back to top button