ନ୍ୟୁଜ୍ବାଣିଜ୍ୟ

ନୂଆ ସ୍କ୍ରାପ୍ ନୀତି ଆସିଲା

ସତ୍ୟଶିଖା ୦୨/୦୨/୨୦୨୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ବହୁ ପ୍ରତୀକ୍ଷିତ ସ୍କ୍ରାପେଜ୍‌ ନୀତିର ଘୋଷଣା କରିଛନ୍ତି । ଏହି ନୀତି ଅନୁସାରେ ରାସ୍ତାରୁ ୧୫ ବର୍ଷରୁ ଅଧିକ ସମୟର ବାଣିଜ୍ୟିକ ଗାଡ଼ି ଏବଂ ୨୦ ବର୍ଷରୁ ଅଧିକ ସମୟର ବ୍ୟକ୍ତିଗତ ଗାଡ଼ିକୁ ହଟାଇ ଦିଆଯିବ । ଅର୍ଥାତ୍ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପ୍ରଦୂଷଣ ସୃଷ୍ଟିକାରୀ ଏବଂ ଅନୁପଯୁକ୍ତ ଗାଡ଼ିଗୁଡ଼ିକୁ ରାସ୍ତାରେ ଚାଲିବାକୁ ଅନୁମତି ଦିଆଯିବ ନାହିଁ । ସେହି ଗାଡ଼ିକୁ ବଦଳାଇ ନୂଆ ଗାଡ଼ି ଆଣିବାର ସୁଯୋଗ ପ୍ରଦାନ କରାଯିବ । ତେବେ ଏହି ନୀତି ସ୍ବେଚ୍ଛାକୃତ ରହିବ । ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିସ୍ତୃତ ନୀତି ପରେ ଆସିବ ବୋଲି ଅର୍ଥମନ୍ତ୍ରୀ ବଜେଟ୍‌ରେ କହିଛନ୍ତି । ସ୍ବୟଂକ୍ରିୟ ପରୀକ୍ଷା କେନ୍ଦ୍ରରେ ଗାଡ଼ିଗୁଡ଼ିକୁ ଅନୁପଯୁକ୍ତ ଘୋଷଣା କରାଯିବ । ତେବେ ଏହି ନୀତିରେ ସାମିଲ ହୋଇଥିବା ଗ୍ରାହକମାନେ ନୂଆ ଗାଡ଼ି କିଣିବା ସମୟରେ ସେମାନଙ୍କୁ ସଡ଼କ ଟିକସ ଓ ଅନ୍ୟାନ୍ୟ ବାବଦରେ ରିହାତି ଦିଆଯାଇ ପ୍ରୋତ୍ସାହିତ କରାଯିବ ବୋଲି ଆଶା କରାଯାଉଛି ।

Show More
Back to top button