ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଲ୍ୟାଣ୍ଡମାଇନ ଉଦ୍ଧାର ; ଅଳ୍ପକେ ବର୍ତ୍ତିଲେ ଯବାନ

ସତ୍ୟଶିଖା ୦୨/୦୨/୨୦୨୧ : ଅଳ୍ପକେ ବର୍ତିଲେ ଯବାନ । ମାଓ ଯୋଜନା ହେଲା ପଣ୍ଡ । ମାଓବାଦୀ ଦ୍ୱାରା ଖାଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ନିପ୍ପା ଜଙ୍ଗଲରେ ପୁଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଖଞ୍ଜିଥିଲେ ଦୁଇଟି ଲ୍ୟାଣ୍ଡମାଇନ । ମାଓଦମନ ପାଇଁ ୨୦୬ ବାଟାଲିୟନର ସିଆରପିଏଫ ଯବାନଙ୍କ ଅପରେସନ ବେଳେ ମେଟାଲ ଡିକେଟର ଯୋଗେ ସନ୍ଧାନ ପାଇ ଡ଼ିଫ୍ୟୁଜ ଲ୍ୟାଣ୍ଡମାଇଁନ କରିଥିଲେ । ଡିଫ୍ୟୁଜ ବେଳେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ପୁଲିସ ଗାଡିକୁ ଅତି ସହଜରେ ଉଡାଇ କ୍ଷତି ପହଞ୍ଚାଇ ପାରିଥାନ୍ତା । ତେବେ ସିଆରପିଏଫ ଯବାନଙ୍କ ମାଓବାଦୀ ଯୋଜନାକୁ ସମ୍ପୁର୍ଣ୍ଣ ପଣ୍ଡ କରିଛି ।

Show More
Back to top button