ଖାଦ୍ୟଜୀବନମନ୍ତ୍ରସ୍ୱାସ୍ଥ୍ୟ

ପେଟ ଜନିତ ସମସ୍ୟା ଥିଲେ ରସୁଣ ଖାଇବା ଲାଭଦାୟକ

ସତ୍ୟଶିଖା ୦୧/୦୨/୨୦୨୧ : ବର୍ତ୍ତମାନର ଜୀବନଶୈଳୀ ହେତୁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ବହୁ ଲୋକଙ୍କର ପାଚନ ଜନିତ ସମସ୍ୟା ଲାଗି ରହିଥାଏ । ଏହି କାରଣରୁ ପେଟରେ ଯନ୍ତ୍ରଣା, ବଦହଜମି ଭଳି ବିଭିନ୍ନ ସମସ୍ୟା ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଆପଣ କେତେକ ଘରୋଇ ଉପାୟ ଆପଣେଇ ପାରିବେ । ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ…….
ରସୁଣ –
ରସୁଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ବାଇଓଟିକ ଓ ଆଣ୍ଟି-ଇନଫ୍ଲେମେଟ୍ରି ଗୁଣ ରହିଛି । ଯାହା ପେଟର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ତେଣୁ ପେଟ ଜନିତ ସମସ୍ୟା ଥିଲେ ଆପଣ ରସୁଣ ଖାଇବା ଲାଭଦାୟକ ।ଅଦା –
ଖାଦ୍ୟ ଭଲ ଭାବେ ହଜମ ହୋଇନଥିଲେ ଆପଣ ଅଦା ଖାଇବା ଖୁବ ଉତ୍ତମ । ଅଦାରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ହଜମ କରିବାରେ ସହାୟକ ହେବା ସହ ବଦହଜମି ମଧ୍ୟ ଦୂର କରିଥାଏ ।
କଳା ଜିରା –
କଳା ଜିରାରେ ଆଣ୍ଟି-ମାଇକ୍ରୋବିୟଲ ଭରପୁର ମାତ୍ରାରେ ରହିଛି । କଳା ଜିରାରର ସେବନ କରିବା ଫଳରେ ପେଟରେ ଥିବା ଦୂଷିତ ପଦାର୍ଥ ନିର୍ଗତ କରିବାରେ ସହାୟକ ହେବା ସହ ପେଟର ଯନ୍ତ୍ରଣାକୁ କମ କରିଥାଏ ।
ପିପରମେଣ୍ଟ –
ଖାଦ୍ୟ ଭଲ ଭାବେ ହଜମ ହୋଇନଥିଲେ ଓ ପାଚନ ଜନିତ ସମସ୍ୟା ସର୍ବଦା ରହୁଥିଲେ, ପିପରମେଣ୍ଟ ଖୁବ ଲାଭଦାୟକ ଅଟେ । ଏଥିରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ହଜମ କରିବା ସହ ପେଟକୁ ସୁସ୍ଥ ରଖିଥାଏ । ପାଚନ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

Show More
Back to top button