

ସତ୍ୟଶିଖା (ବାଲେଶ୍ୱର) ୩୦/୦୧/୨୦୨୧ : ଅଟୋରେ କଏଦୀଙ୍କୁ ଛାଡ଼ି ମାଛ କିଣାରେ ମାତିଲେ ଜେଲ ୱାର୍ଡେନ । ଏପରି ଏକ ରୋଚକ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରୁ । ସୂଚନା ଅନୁସାରେ, ସୋର ଉପକାରାଗାରରୁ ଦୁଇ ଜଣ କଏଦୀଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଟୋରେ ନେଇ ଆସୁଥିଲେ ଦୁଇ ଜଣ ଜେଲ ୱାର୍ଡେନ ଏବଂ ଜଣେ ଫାର୍ମାସିଷ୍ଟ । ଡାକ୍ତରଖାନାରେ ଚିକିତ୍ସା କରି ସାରି ଫେରିବା ସମୟରେ ବାଟରେ ଅଟୋରେ କଏଦୀଙ୍କୁ ଛାଡ଼ି ଘର ପାଇଁ ମାଛ କିଣିବାକୁ ଚାଲିଗଲେ ୱାର୍ଡେନ ବାବୁ ।
ହେଲେ କ୍ୟାମେରାରେ ରେକର୍ଡ ହେଉଥିବା ଦେଖି ସେ ଫେରି ଆସିଥିଲେ । ଅଟୋରେ କଏଦୀଙ୍କୁ ଏକୁଟିଆ ଛାଡି ଦେଇ କିପରି ମାଛ କିଣିବାକୁ ଆସିଥିଲେ ୱାର୍ଡେନଙ୍କୁ ପ୍ରଶ୍ନ କରିବାରୁ, କଏଦୀଙ୍କୁ ଅଟୋରେ ନେଇ ଦ୍ରୁତ ବେଗରେ ଚାଲି ଯାଇଥିଲେ ୱାର୍ଡେନ ବାବୁ । ତେବେ ଘଟଣା ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜେଲର ।